ଦୀପାବଳି ଉପହାରରେ ମିଳିଲା ଦେଶୀ ଚିକେନ୍ ଓ ଫୋନ୍ । ଦଳୀୟ କର୍ମୀଙ୍କ ମନ ଖୁସି କରିଦେଲେ ଏଆଇଏଡିଏମକେ ବିଧାୟକ । 

213

କନକ ବ୍ୟୁରୋ : ଦଳୀୟ କର୍ମୀଙ୍କୁ ଏଆଇଏଡିଏମକେ ବିଧାୟକଙ୍କ ଦୀପାବଳି ଉପହାର । ଆଉ ଏଭଳି ଉପହାର ଯେ, ଦଳୀୟ କର୍ମୀଙ୍କ ମନ ଖୁସି ହୋଇଯାଇଥିଲା । କାରଣ ସମସ୍ତଙ୍କ ହାତରେ ଥିଲା ଦୀପାବଳି ଉପହାର । ତାମିଲନାଡୁ ବିଧାନସଭାର କଲସାପକ୍କମର ପ୍ରତିନିଧିତ୍ୱ କରୁଥିବା ଓ.ପନୀରସେଲଭମ ଶୁକ୍ରବାର ତିରୁମନ୍ନମଲାଇ ସହରରେ ଥିବା କାଞ୍ଚିରେ ଏକ ବୈଠକର ଆୟୋଜନ କରିଥିଲେ । ସେହି ବୈଠକରେ ଦଳୀୟକର୍ମୀଙ୍କୁ ଦୀପାବଳିର ଉପହାର ଦିଆଯାଇଥିଲା ।

ଯେଉଁଥିରେ ମିଠା ବକ୍ସ, ବାଣ ବକ୍ସ, ଘିଅ ଓ ଦେଶୀ ଚିକେନ ଇତ୍ୟାଦି ଦିଆଯାଇଥିବା ଜଣା ପଡ଼ିଛି । ବିଧାୟକଙ୍କଠାରୁ ଏଭଳି ଉପହାର ପାଇ ଦଳୀୟ ନେତା ଖୁସି ଅଛନ୍ତି । ଲଗାତାର ଚତୁର୍ଥ ଥର ପାଇଁ ବିଧାୟକ ଭାବେ ଦାୟିତ୍ୱ ତୁଲାଉଥିବା ଓ.ପନୀରସେଲଭମ ନେତାଙ୍କ ମନ କିଣିବା ପାଇଁ ଏଭଳି ବାଟ ଆପଣାଇଥିଲେ । ଏ ନେଇ ଓ.ପନୀରସେଲଭମଙ୍କୁ ପଚରାଯିବା ପରେ, ଦୀପାବଳି ଅବସରରେ ନେତାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଁ ଏଭଳି କରିଛି । ଲଗାତାର ୪ବର୍ଷ ହେଲାଣି ମୁଁ ଏହା କରି ଆସୁଛି । ପାଖାପାଖି ୫,୦୦୦କର୍ମୀଙ୍କୁ ଏହି ଉପହାର ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୮୬୪ଜଣ ଦଳୀୟ କର୍ମୀଙ୍କୁ ଫୋନ ଦିଆଯାଇଛି । ଉପହାର ସହ ଆଗକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳୀୟ କର୍ମୀଙ୍କୁ କହିଛି ବୋଲି କହିଥିଲେ ଓ.ପନୀରସେଲଭମ ।