ରିବାଭା ଜାଡେଜା ଦାଖଲ କଲେ ନାମାଙ୍କନ, ଭାଜପା କାର୍ଯ୍ୟକ୍ରମରେ ପତ୍ନୀଙ୍କ ସହ ନଜର ଆସିଲେ ରବିନ୍ଦ୍ର ଜାଡେଜା।

134

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଦେଖିବାକୁ ମିଳିଛି । ନାମାଙ୍କନ ଆରମ୍ଭ ହୋଇସାରିଥିବା ବେଳେ କ୍ରିକେଟିୟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାଭା ଜାଡେଜା ଜାମନଗର(ଉତ୍ତର) ସିଟରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହା ପୂର୍ବରୁ ରବିନ୍ଦ୍ର ଜାଡେଜା ଏବଂ ରିବାଭା ଦଳର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ନିର୍ବାଚନ ପ୍ରଚାରକୁ ଗୁରୁତ୍ୱ ଦିଆଯାଇଥିଲା ।

ନାମାଙ୍କନ ପୂର୍ବରୁ ଜାଡେଜା ନିଜ ପତ୍ନୀଙ୍କ ପାଇଁ ଅପିଲ କରିଥିଲେ । ଟ୍ୱିଟରରେ ସେ ଏକ ଭିଡିଓ ପୋଷ୍ଟ କରି ପତ୍ନୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ।