ଲକଡାଉନ ପୂର୍ବରୁ ନାଗପୁର ମଦ ଦୋକାନରେ ଲାଗିଲା ଲୋକଙ୍କ ଗହଳି : ବଜାରରେ ଅସମ୍ଭାଳ ଭିଡ଼; କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଲୋକ ଭୁଲି ଗଲେ ସାମାଜିକ ଦୂରତା

ସୋମବାରଠୁ ରାଜ୍ୟ ସରକାର ନାଗପୁରରେ ଲାଗୁ କଲେ ତାଲାବନ୍ଦ

192

କନକ ବ୍ୟୁରୋ : ଲେଉଟିଛି ଲକଡାଉନ, ଆଉ ପୁଣି ବଜାର ଘାଟରେ ଭିଡ ଲାଗୁଛି । ଗତବର୍ଷ ମାର୍ଚ୍ଚ ମାସ ଭଳି ଚିତ୍ର ଚଳିତ ମାର୍ଚ୍ଚରେ ବି ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ନାଗପୁର ସହରରେ କରୋନା ସଂକ୍ରମଣ ଏତେ ବଢିଯାଇଛି ଯେ, ସୋମବାରଠାରୁ ଲକଡାଉନ ଲାଗୁ ହେବାକୁ ଯାଉଛି । ଅର୍ଥାତ କେବଳ ଜରୁରୀ ସାମଗ୍ରୀକୁ ଛାଡିଦେଲେ ଲୋକଙ୍କୁ ଆଉ କିଛି ମିଳିବନି । ଘରେ ବନ୍ଦି ହୋଇ ରହିବାକୁ ପଡିବ ।

କେବଳ ଔଷଧ, ପନିପରିବା, ଫଳ ଓ କ୍ଷୀର ଦୋକାନ ଖୋଲା ରହିବ । ଲୋକଙ୍କ ବେପରୁଆ ଆଚରଣ ଯୋଗୁଁ ଲକଡାଉନ କଟକଣା ଲାଗୁ କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ସରକାର । ହେଲେ ଲକଡାଉନ ଆରମ୍ଭ ହେବା ଆଗରୁ ମଦ ଦୋକାନ ଆଗରେ ଭିଡ ଲାଗୁଛି । ସାମ୍ନାକୁ ଆସିଛି ନାଗପୁର ସହରର ଏକ ବଜାରର ଚିତ୍ର । ଏ ଭିଡକୁ ଦେଖି ଲକଡାଉନ କଟକଣା ଲଗାଇବାକୁ ବାଧ୍ୟ ହେଲେ ରାଜ୍ୟ ସରକାର । ଲୋକ ବଜାରକୁ ଆସିଛନ୍ତି ହେଲେ ସାମାଜିକ ଦୂରତା ଭୁଲି ଯାଇଛନ୍ତି ।