ଭାରତର ବ୍ରହ୍ମାସ୍ତ୍ର ଅଗ୍ନି-୫ । ପାକିସ୍ତାନ ଓ ଚୀନ ଥରି ଉଠିବ, କ୍ଷଣିକରେ ଶତ୍ରୁ ଦେଶକୁ ସଫା କରିଦେବ । 

469

କନକ ବ୍ୟୁରୋ : ଆଉ ଶତ୍ରୁଙ୍କୁ ମିଳିବନି ନିସ୍ତାର । ଭାରତକୁ ଆଖି ଉଠାଇ ଚାହିଁବା ପୂର୍ବରୁ ହଜାର ଥର ଭାବିବେ ଶତ୍ରୁ । କାରଣ ଭାରତ ପାଖରେ ଥିବା ମିସାଇଲ ମାଡରେ ଶତ୍ରୁ ଶିବିରରେ ତ୍ରାହି ତ୍ରାହି ପଡିବ । ଭାରତ ପାଖରେ ଥିବା ସେହିଭଳି ଏକ ବ୍ରହ୍ମାସ୍ତ୍ର ହେଉଛି ଅଗ୍ନି-୫ ମିସାଇଲ । ଯେଉଁ ମିସାଇଲକୁ ନେଇ ଭାରତର ଶତ୍ରୁ ଦେଶର ଏବେ ଚିନ୍ତା ବଢିଯାଇଛି । ଖାସକରି ପାକିସ୍ତାନ ଓ ଚୀନର । କାରଣ ଏହି ଅନ୍ତଃମହାଦେଶୀୟ ବାଲାଷ୍ଟିକ ମିସାଇଲର ଟାର୍ଗେଟ ରାଡାରରେ ପୂରା ପାକିସ୍ତାନ ଓ ଚୀନ୍ ଆସୁଥିବା କୁହାଯାଉଛି । ଚୀନର ଏଭଳି କୌଣସି ସହର ନାହିଁ ଯିଏ ଏହି ମିସାଇଲର ଆକ୍ରମଣରୁ ବଞ୍ଚିପାରିବ । ତେବେ ଆସନ୍ତୁ ଜାଣିବା ଭାରତର ଏହି ବହ୍ମାସ୍ତ୍ର ଅଗ୍ନି-୫ ବିଷୟରେ କିଛି ।

ଡିଆରଡିଓ ଓ ବିଡିଏଲ ମିଳିତ ଭାବେ ଏହି ଅନ୍ତଃମହାଦେଶୀୟ ବାଲାଷ୍ଟିକ ମିସାଇଲ ଅଗ୍ନି-୫କୁ ନିର୍ମାଣ କରିଛି । ଯାହାର ଟାର୍ଗେଟ ରାଡାର ୫୦୦୦ରୁ ୮୦୦୦ କିଲୋମିଟର ରହିଛି । କିନ୍ତୁ ଏହାର ଟାର୍ଗେଟ ରେଞ୍ଜକୁ ନେଇ ଚୀନ୍ ସବୁବେଳେ ଆପତ୍ତି ଉଠାଇଛି । କାରଣ ଏହି ମିସାଇଲର ଟାର୍ଗେଟ ରେଞ୍ଜକୁ ନେଇ ଭାରତ ସଠିକ ସୂଚନା ଦେଉନଥିବା କହୁଛି ଚୀନ୍ । ଆଉ ଏଭଳି ଅଭିଯୋଗ ଆଣିବା ପଛର ବଡ କାରଣ ହେଉଛି, ଏହି ମିସାଇଲର ଟାର୍ଗେଟ ରେଞ୍ଜରେ ପୂରା ଚୀନ୍ ଆସୁଥିବା ଆସୁଛି ।

ଅଗ୍ନି-୫ ମିସାଇଲର ଓଜନ ୫୦ ହଜାର କିଲୋଗ୍ରାମ ରହିଛି । ଆଉ ଏହାର ଲମ୍ବ ୧୭.୫ ମିଟର ରହିଥିବା ବେଳେ ଏହାର ବ୍ୟାସ ୨ ମିଟର ଅଥାର୍ତ ୬.୭ ଫୁଟ୍ ରହିଛି । ଏହାର ଉପରପାଶ୍ୱର୍ରେ ୧୫୦୦ କିଲୋଗ୍ରାମର ପରମାଣୁ ଅସ୍ତ୍ର ଲଗାଯାଇପାରିବ । ତେଣୁ ଶତ୍ରୁ ଦେଶ ପାଇଁ ଏହା କେତେମାତ୍ରାରେ ଘାତକ ହୋଇପାରେ ତାହାର ଅନୁମାନ ଲଗାଇବା କଷ୍ଟକର । ଏହି ମିସାଇଲରେ  ତିନି ସ୍ତରୀୟ ରକେଟ ବୁଷ୍ଟର ରହିଛି । ଆଉ ସବୁଠୁ ବଡ କଥା ହେଲା, ଧ୍ୱନିର ଗତି ଠାରୁ ୨୪ ଗୁଣା ଅଧିକ ଗତିରେ ଏହା ଶତ୍ରୁକୁ ଟାର୍ଗେଟ କରିଥାଏ । ଘଣ୍ଟାପ୍ରତି ୨୯ ହଜାର କିଲୋମିଟର ଗତି କରୁଥିବା ଏହି ମିସାଇଲ ବାସ୍ କେଇ ମିନିଟରେ ଭାରତର ଆଖପାଖରେ ଥିବା ଶତ୍ରୁ ଦେଶକୁ ସାବାଡ କରିବା ପାଇଁ ଯଥେଷ୍ଟ । ଟାର୍ଗେଟରୁ ଆଦୌ ଲକ୍ଷ୍ୟଚ୍ୟୁତ ହେଉନଥିବା ଅଗ୍ନି-୫ ଶତ୍ରୁଙ୍କୁ ସଂହାର କରିବାକୁ ବାସ୍ କେଇ ମିନିଟ୍ ସମୟ ନେଇଥାଏ । ୨୦୦୭ ମସିହାରେ ଭାରତୀୟ ବୈଜ୍ଞାନିକ ଏମ୍ ନଟରାଜନ ଏହି ପ୍ରୋଜେକ୍ଟକୁ ନେଇ ଯୋଜନା ପ୍ରସ୍ତୁତ କରିଥିଲେ ।

ଭାରତ ଏହି ମିସାଇଲର ଟାର୍ଗେଟ ରାଡାରରେ ଅଧା ବିଶ୍ୱ ଆସୁଛି । ପୂରା ଏସିଆ ସମେତ, ୟୁରୋପ ଓ ଆଫ୍ରିକାର କିଛି ଦେଶକୁ ଏହି ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ଦ୍ୱାରା ଟାର୍ଗେଟ କରାଯାଇପାରିବ । ଏଥିରେ ଯେଉଁ ଏମଆଇଆରଭି ଜ୍ଞାନକୌଶଳ ବ୍ୟବହାର କରାଯାଇଛି ତାହାଦ୍ୱାରା ମିସାଇଲର ଉପରପାଶ୍ୱରେ ଏକାଧିକ ଅସ୍ତ୍ର ଲଗାଯାଇପାରିବ । ତେଣୁ ଶତ୍ରୁପକ୍ଷର ଏକାଧିକ ସ୍ଥାନ ଉପରେ ଏକାଥରେ ଏହି ମିସାଇଲ ଦ୍ୱାରା ଆକ୍ରମଣ କରାଯାଇପାରିବ । ଏହି ମିସାଇଲକୁ ଷ୍ଟ୍ରାଟେଜିକ ଫୋର୍ସେସ କମାଣ୍ଡରେ ସାମିଲ କରାଯିବ । ଯେଉଁଠାରୁ ଭାରତର ସମସ୍ତ ମିସାଇଲକୁ ସଂଚାଳିତ କରାଯିବ । ଏହାର ଟାର୍ଗେଟ, ବେଗ ଓ ବିଧ୍ୱଂସକାରୀ ଗୁଣ ଶତ୍ରୁଙ୍କ ନିଦ ହଜାଇବାକୁ ଯଥେଷ୍ଟ । ଆଗକୁ ଅଗ୍ନି-୬ ମିସାଇଲ ନିର୍ମାଣ କରିବ ଭାରତ । ଯାହାର ମାରକ କ୍ଷମତା ୮ରୁ ୧୨ ହଜାର କିଲୋମିଟର ରହିବ ।  ତେଣୁ ଭାରତର ଏଭଳି ବ୍ରହ୍ମାସ୍ତ୍ରର ନିର୍ମାଣ  ଏବେ ଚୀନ୍ ଓ ପାକିସ୍ତାନ ଭଳି ଶତ୍ରୁ ଦେଶର ନିଦ ହଜାଇ ଦେଇଛି ।