ଶିଶୁମୃତ୍ୟୁକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା। ନିମାପଡ଼ାରେ ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପରିବାର ଲୋକ। 

ଶିଶୁମୃତ୍ୟୁକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା। ନିମାପଡ଼ାରେ ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପରିବାର ଲୋକ। 

କନକ ବ୍ୟୁରୋ: ଶିଶୁମୃତ୍ୟୁକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପରିବାର ଲୋକ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟୃକେନ୍ଦ୍ରରେ ଘଟିଛି ଏହି ଅଭାବନୀୟ ଘଟଣା । ତୁଳସୀପୁର ପଞ୍ଚାୟତ ଭଇଁଚି ଗୋରଡି ଗାଁର ମାନସ ଦାଶ ତାଙ୍କ ପ୍ରତ୍ନୀଙ୍କୁ ପ୍ରସବ ପାଇଁ ୨ଦିନ ତଳେ ଏଠାକୁ ଆଣିଥିଲେ । ତାଙ୍କର ପରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ଗତକାଲି ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଖରାପ ହୋଇଥିଲା । ଡେପୁଟେସନରେ ସେଠାକୁ ଆସିଥିବା ଡାକ୍ତର ଅଶୋକ ମିଶ୍ର ଜନ୍ମିତ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଓଟି ଭିତରକୁ ନେଇଥିଲେ । ପରେ ତୁରନ୍ତ ଔଷଧ ଆଣିବାକୁ ପରିବାର ଲୋକଙ୍କୁ କହିଥିଲେ । ଏପରିକି ପିଲା ଦେହ ଭଲ ଅଛି କିଛି ହେବନି ଅପେକ୍ଷା କର କହିଥିଲେ ଡାକ୍ତର । ହେଲେ ପରେ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ।

ଘଟଣାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗତ ୧୫ ଦିନରେ ଚିକିତ୍ସା ଅବହେଳାରୁ ୩ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଗାଁଲୋକ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe