କନକ ବ୍ୟୁରୋ: ଶିଶୁମୃତ୍ୟୁକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପରିବାର ଲୋକ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟୃକେନ୍ଦ୍ରରେ ଘଟିଛି ଏହି ଅଭାବନୀୟ ଘଟଣା । ତୁଳସୀପୁର ପଞ୍ଚାୟତ ଭଇଁଚି ଗୋରଡି ଗାଁର ମାନସ ଦାଶ ତାଙ୍କ ପ୍ରତ୍ନୀଙ୍କୁ ପ୍ରସବ ପାଇଁ ୨ଦିନ ତଳେ ଏଠାକୁ ଆଣିଥିଲେ । ତାଙ୍କର ପରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ଗତକାଲି ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଖରାପ ହୋଇଥିଲା । ଡେପୁଟେସନରେ ସେଠାକୁ ଆସିଥିବା ଡାକ୍ତର ଅଶୋକ ମିଶ୍ର ଜନ୍ମିତ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଓଟି ଭିତରକୁ ନେଇଥିଲେ । ପରେ ତୁରନ୍ତ ଔଷଧ ଆଣିବାକୁ ପରିବାର ଲୋକଙ୍କୁ କହିଥିଲେ । ଏପରିକି ପିଲା ଦେହ ଭଲ ଅଛି କିଛି ହେବନି ଅପେକ୍ଷା କର କହିଥିଲେ ଡାକ୍ତର । ହେଲେ ପରେ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ।

Advertisment

ଘଟଣାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗତ ୧୫ ଦିନରେ ଚିକିତ୍ସା ଅବହେଳାରୁ ୩ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଗାଁଲୋକ ଦାବି କରିଛନ୍ତି ।