ଗୋମାଂସ ଗାଡିରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ ! ଏସି କଂଟେନର ଭିତରେ ହେଉଥିଲା ଗୋମାଂସ ଚାଲାଣ

35

କନକ ବ୍ୟୁରୋ : ଗୋମାଂସ ଗାଡିରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକ । ବ୍ରହ୍ମପୁର ଗୋଳନ୍ଥରା ଥାନା ରଣ୍ଢା ନିକଟରେ ଏକ ଏସି କଂଟେନର ଗାଡିରେ ନିଆଁ ଲଗାଇଦେଇଛନ୍ତି ଲୋକେ । ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିବା ପରେ ଏଥିରେ ଗୋମାଂସ ଥିବା ଦେଖି ଉତ୍ତ୍ୟକ୍ତ ହୋଇପଡିଥିଲେ ସ୍ଥାନୀୟ ଲୋକେ । ଭାରସାମ୍ୟ ହରାଇ ଗାଡିଟି ରଣ୍ଢା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଥିଲା । ତେବେ ଏତେ ପରିମାଣର ଗୋମାଂସ କେଉଁଆଡେ ଚାଲାଣ ହେଉଥିଲା, ଏହାକୁ କିଏ ନେଉଥିଲା ସେ ସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଖବର ପାଇଁ ଘଟଣାସ୍ଥଳରେ ପହଂଚିଛି ପୋଲିସ ।