କନକ ବ୍ୟୁରୋ: କଟକ କାଳୀପୂଜା ଭଷାଣୀର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଅଘୋରି ବାବା । ଭଷାଣ ଶୋଭାଯାତ୍ରାରେ ଅଘୋରୀ ବାବା ଗ୍ରୁପ୍ ଆକର୍ଷଣୀୟ ନୃତ୍ୟ ପରିବେଶଣ କରିଛନ୍ତି । ଉତର ପ୍ରଦେଶରୁ ଆସିଥିବା ୫ଜଣିଆ ଟିମ୍ ଏହି ଅଘୋରି ନୃତ୍ୟ ପରିବେଶଣ କରିଛନ୍ତି । କଟକ ଚଣ୍ଡୀ ରୋଡ୍ – ଶେଖ ବଜାର ପୂଜା କମିଟି ପକ୍ଷରୁ ଏହି ଅଘୋରି ବାବାଙ୍କ ଗ୍ରୁପକୁ ନିମନ୍ତ୍ରଣ କରାଯାଇଥିଲା । ଅଘୋରି ନୃତ୍ୟ ପରିବେଶ ପାଇଁ ଏକ ଚେସିସର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଯେଉଁଥିରେ ଗ୍ରୁପର ସଦସ୍ୟମାନେ ରହି ନୃତ୍ୟ ପରିବେଶଣ କରିଥିଲେ । ନିକଟରେ ଢ଼େଙ୍କାନାଳ ଲକ୍ଷ୍ମୀ ପୂଜା ଭଷାଣିରେ ସାମିଲ ହୋଇଥିବା ଅଘୋରି ବାବା ଗ୍ରୁପ୍ର ନୃତ୍ୟ ବି ବେଶ ଚିତାକର୍ଷକ ହୋଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us