ଭିକିଙ୍କଠୁ କ୍ୟାଟ୍ରିନା ବୟସରେ କେତେ ବଡ? ପ୍ରିୟଙ୍କା ଓ ନିକଙ୍କ ପରେ ଚର୍ଚ୍ଚାରେ ଭିକି-କ୍ୟାଟ୍ ଜୋଡି

2,481

କନକ ବ୍ୟୁରୋ : ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଭିକି କୌଶଲ ଏବଂ ବଲିଉଡ୍ ସୁନ୍ଦରି କ୍ୟାଟ୍ରିନା କୈଫ୍ । ରାଜସ୍ଥାନରେ ଆରମ୍ଭ ହେଉଛି ବଲିଉଡର ବହୁ ପ୍ରତିକ୍ଷିତ ବିବାହ ଆୟୋଜନ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଭିକି ଏବଂ କ୍ୟାଟଙ୍କ ମଧ୍ୟରେ ବୟସରେ ବଡ କିଏ? ଉଭୟଙ୍କ ମଧ୍ୟରେ ବୟସର ତାରତମ୍ୟ କେତେ ରହିଛି? ଆସନ୍ତୁ ଜାଣିବା…
ୱିକିପିଡିଆ ଅନୁଯାୟୀ, ଭିକି କୌଶଲଙ୍କ ଜନ୍ମ ମେ’ ମାସ ୧୬ ତାରିଖ ୧୯୮୮ରେ ହୋଇଛି । ଅର୍ଥାତ୍ ଭିକି କୌଶଲଙ୍କ ବୟସ ୩୩ ବର୍ଷ । ସେହିଭଳି କ୍ୟାଟ୍ରିନାଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ରେ ହୋଇଛି । ଅର୍ଥାତ କ୍ୟାଟ୍ରିନାଙ୍କ ବୟସ ୩୮ ବର୍ଷ । ଭିକିଙ୍କ ବୟସ ୩୩ ବର୍ଷ ହୋଇଥିବା ବେଲେ କ୍ୟାଟ୍ରିନା ତାଙ୍କଠାରୁ ବୟସରେ ୫ବର୍ଷ ବଡ ।
ଆପଣ ଜାଣିଥିବେ ପୂର୍ବରୁ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କଠାରୁ ବୟସରେ ସାନ ହଲିଉଡ୍ ଆକ୍ଟର ନିକ୍ ଜୋନସଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ । ଏବେ କ୍ୟାଟ୍ରିନା ତାଙ୍କଠାରୁ ୫ବର୍ଷ ସାନ ଭିକି କୌଶଲଙ୍କୁ ବିବାହ କରି ପୁଣି ଚର୍ଚ୍ଚା ସୃଷ୍ଟି କରିଛନ୍ତି ।
ସେ ଯାହା ହେଉନା କାହିଁକି, ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବାହାଘର । ଆଜି ଭିକି-କ୍ୟାଟଙ୍କ ମେହେନ୍ଦୀ ସେରିମୋନି । ଏଥିରେ ବଡ଼ ବଡ଼ ସେଲିବ୍ରିଟି ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁସାରେ ହ୍ରିତିକ୍ ରୋସନ୍, ଆଲିଆ ଭଟ୍ଟ, କବୀର ଖାନ, ଅନୁଷ୍କା ଶର୍ମା, ନେହା ଧୁପିଆଙ୍କ ପରି କଳାକାର ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପୂର୍ବରୁ ଗତକାଲି ହୋଇଥିଲା ସଂଗୀତ ସେରିମୋନି । ରାତି ୭ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆସନ୍ତାକାଲି ବିବାହ ଅନୁଷ୍ଠିତ ହେବ । ଏନେଇ ବରକନ୍ୟା ପ୍ରସ୍ତୁତ, ବାହାଘର ମଣ୍ଡପ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୱାଇ ମାଧୋପୁରସ୍ଥିତ ବରୱାରା ଦୁର୍ଗରେ ଭିକି ଓ କ୍ୟାଟଙ୍କ ଡେଷ୍ଟିନେସନ ୱେଡ଼ିଙ୍ଗ ହେଉଛି । ଏଥିପାଇଁ ପ୍ୟାଲେସକୁ ସ୍ୱତନ୍ତ୍ର ଭାବେ ସଜ୍ଜା ଯିବା ସହ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଆଲୋକମାଳାରେ ଝଲସୁଛି ଦୁର୍ଗ ।
ସେପଟେ ରାଜସ୍ଥାନକୁ ଛୁଟିଲାଣି ଅତିଥୀଙ୍କ ଭିଡ ଲାଗିଛି । ଜୟପୁର, ଯୋଧପୁର ବିମାନବନ୍ଦରରେ କ୍ୟାଟ୍ରିନା ଓ ଭିକିଙ୍କ ପରିବାର ସହ ଅନେକ ଅତିଥୀ ପହଁଚି ସାରିଛନ୍ତି । ବିଦେଶରୁ କିଛି ପରିଜନ ଓ ମୁମ୍ବାଇରୁ କିଛି ସଦସ୍ୟ ସୋମବାରଠୁ ରାଜସ୍ଥାନରେ ପହଁଚି ସାରିଛନ୍ତି । ସୂଚନା ଅନୁସାରେ ଏହି ସେଲିବ୍ରେଟି ବାହାଘରରେ କେବଳ ୧୨୦ ଜଣ ଅତିଥୀ ସାମିଲ ହେବେ । ଯେଉଁଥିିରେ ଉଭୟ ପକ୍ଷଙ୍କ ପରିବାର, କିଛି ବନ୍ଧୁ ଓ ବଲିଉଡର ନମୀଦାମୀ ଚେହେରା ସ୍ଥାନ ପାଇଛନ୍ତି । ପରେ ମୁମ୍ବାଇରେ ଏମାନଙ୍କ ଗ୍ରାଣ୍ଡ ରିସେପନ୍ସ ପାର୍ଟିର ଆୟୋଜନ ହୋଇଛି । ତେବେ ବାହାଘରରେ ଯୋଗ ଦେବାକୁ ଥିବା ଅତିଥୀଙ୍କ ପାଇଁ ଅନେକ କଟକଣା ଲଗାଯାଇଛି । ଅତିଥିମାନେ କରୋନା ଟିକାର ଡବଲ ଡୋଜ ନେଇନଥିଲେ ସେମାନଙ୍କ ପାଇଁ ବାହାଘର କାର୍ଯ୍ୟକ୍ରମ ସ୍ଥଳରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା କରାଯାଇଛି । ଅତିଥୀମାନଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଅତିଥୀଙ୍କ କାରରରେ ସ୍ୱତନ୍ତ୍ର ଷ୍ଟିକର ଲଗାଯାଇଛି, ଯାହା କେବଳ ପ୍ରବେଶ ପାଇଁ ଉଦ୍ଧିଷ୍ଟ ।