ପୁଣି ନିୟମ କଡ଼ାକଡ଼ି, ଫେରିଲା ଜୋରିମାନା । ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ କଲା କମିସନରେଟ୍ ପୁଲିସ

170

କନକ ବ୍ୟୁରୋ : ବେଶ କିଛି ମାସର ନିରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ କଡ଼ାକଡ଼ି ହୋଇଛି ଟ୍ରାଫିକ୍ ନିୟମ । ଆଉ ପୁଲିସ୍ ଜାଲରେ ପଡ଼ିଛନ୍ତି ଜଣେ ନାବାଳକ । ଖଣ୍ଡଗିରି ଅଂଚଳରେ ସ୍କୁଟି ନେଇ ଯାଉଥିବା ଜଣେ ନାବାଳକକୁ ୨୬ ହଜାରର ଚାଲାଣ କାଟିଛନ୍ତି ପୁଲିସ୍ କର୍ମଚାରୀ । ନାବାଳକ ହୋଇଥିବାରୁ ଚାଳକଙ୍କ ଡ୍ରାଇଭିଂଗ ଲାଇସେନ୍ସ ନଥିବା ବେଳେ ହେଲମେଟ ମଧ୍ୟ ପିନ୍ଧି ନଥିଲେ । ଆଉ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ହେଲମେଟ ପିନ୍ଧିନଥିଲେ । ଯେଉଁଥିପାଇଁ ୨୬ ହଜାର ଫାଇନ୍ କରାଯାଇଛି ।

କରୋନା ଯୋଗୁଁ ଟ୍ରାଫିକ୍ ନିୟମ ପୂର୍ବ ତୁଳନାରେ ସାମାନ୍ୟ କୋହଳ ହୋଇଥିବା ବେଳେ, ଆଗକୁ ଏହା ପୁଣି ଥରେ ସ୍ୱାଭାବିକ୍ ଢ଼ଙ୍ଗରେ ଚାଲିବ ଯାଂଚ୍ । ହେଲମେଟ୍, ବାଇକ୍ ଚାଳକ ଏବଂ ସହଯାତ୍ରୀ ଉଭୟଙ୍କ ପାଇଁ ହେଲମେଟ୍, ସ୍ପିଟ୍ ଡ୍ରାଇଭିଂ, ସିଟ୍ବେଲ୍ଡ, ରଙ୍ଗସାଇଡ୍ ଡ୍ରାଇଭିଂ ଆଦି ଉପରେ ରହିବ କଡ଼ା ନଜର । ଏମିତି କି ଡିଏଲ୍ ନଥିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିବହନ ମନ୍ତ୍ରୀ କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି
– ଗାଡ଼ି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ସ୍ୱାଭାବିକ ହୋଇଛି କି?
-ଆବଶ୍ୟକତା ଅନୁସାରେ ଅନ୍ଲାଇନ୍ରେ ଡିଏଲ୍ ସ୍ଲଟ୍ ବୁକିଂ ହେଉଛି କି?
-ଲର୍ଣ୍ଣିଂ ଲାଇସେନ୍ସ ପାଇଥିବା ଚାଳକଙ୍କୁ ଲାଇସେନ୍ସ ଦେବା ପାଇଁ କାହିଁକି ସୀମିତ ସମୟ ରଖାଯାଇଛି ।
-ନୂଆ ଆବେଦନ କରିବାକୁ ଚାହୁଁଥିବା ଚାଳକ ପାଇପାରୁଛନ୍ତି କି ଲାଇସେନ୍ସ?
-ଲାଇସେନ୍ସ ପାଇଁ ଆବଶ୍ୟକ ହେଉଥିବା ଡ୍ରାଇଭିଂ ଟେଷ୍ଟ ହେଉଛି କି?