ମାଲକାନଗିରିରେ ପୁଣି ଲାଗିଲା ମାଓ ପୋଷ୍ଟର : କେନ୍ଦୁପତ୍ର ବ୍ୟବସାୟୀଙ୍କ ବିରୋଧରେ ତେଜିଲେ ଲାଲ ବାହିନୀ

କେନ୍ଦୁପତ୍ର ତୋଳାଳିଙ୍କୁ ସଠିକ ଦାମ ଦେଇ କିଣିବାକୁୁ ପୋଷ୍ଟରରେ ଉଲ୍ଲେଖ

149

କନକ ବ୍ୟୁରୋ : ମାଲକାନଗିରିରେ ପୁଣି ପୋଷ୍ଟର ମାରିଲେ ମାଓବାଦୀ । କୋରୁକଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଡି ପଂଚାୟତ ମୁଖ୍ୟ ରାସ୍ତା ପାର୍ଶ୍ବରେ ବ୍ୟାନର ମାରି କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଧମକ ଦେଇଛି ଲାଲସଂଗଠନ । ପୂର୍ବରୁ ଠିକାଦାର ଓ ପୋଲିସ ବାହିନୀଙ୍କୁ ଟାର୍ଗେଟ କରି ଆସୁଥିଲେ ନକ୍ସଲପନ୍ଥି । କିନ୍ତୁ ଏଥର ନକ୍ସଲଙ୍କ ଟାର୍ଗେଟରେ କେନ୍ଦୁପତ୍ର ବ୍ୟବସାୟୀ । ପୋଷ୍ଟରରେ ୩ ଟି ଦାବି ପୂରଣ ପାଇଁ ଚେତାବନୀ ଦେଇଛନ୍ତି ମାଓବାଦୀ ।

କେନ୍ଦୁପତ୍ର ତୋଳାଳିଙ୍କୁ ସଠିକ ଦାମ ଦେବା ସହ ଯେତିକି ଟଙ୍କାରେ ପତ୍ର କିଣା ଯାଉଛି ତାର ଶତ ପ୍ରତିଶତ ବୋନସ ଓ କେନ୍ଦୁପତ୍ର ତୋଳାଳିଙ୍କ ପୁଅ ଝିଅଙ୍କ ପାଠପଢ଼ା, ବାହାଘର, ମୃତ୍ୟୁବରଣ ପାଇଁ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି । ନମାନିଲେ ଖଇରପୁଟ ଡିପୋରେ ଯେଭଳି ନିଆଁ ଲଗାଯାଇଥିଲା ଓ ଏମଭି ୧୭ ନମ୍ବର ମୁନସିକୁ ଯେଉଁଭଳି ହତ୍ୟା କରାଗଲା ସେହିଭଳି ରେଞ୍ଜର ଫରେଷ୍ଟର, ମୁନସି, ଘରୋଇ ମାଲିକଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରିବାକୁ ପୋଷ୍ଟରରେ ଧମକ ଦେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Comments are closed.