ହାତୀର ମରଣଯନ୍ତା ପାଲଟିଛି ଓଡିଶା ଜଙ୍ଗଲ: ପୁଣି ନରସିଂହପୁରରୁ ମିଳିଲା ହାତୀର କଙ୍କାଳ

137

କନକ ବ୍ୟୁରୋ: ହାତୀଙ୍କ ମରଣ ଯନ୍ତା ପାଲଟିଛି ଓଡ଼ିଶାର ଜଙ୍ଗଲ । ପୁଣି ଆଠଗଡ଼ ବନଖଣ୍ଡ ଅଧୀନ ସଂରକ୍ଷିତ ଜଙ୍ଗଲରୁ ହାତୀର କଙ୍କାଳ ମିଳିଛି । ହାତୀଟିର ବୟସ ୧୦ରରୁ ୧୨ ବର୍ଷ ହେବ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ । ବଡ଼ମ୍ବା ରେଂଜ ସେକ୍ସନ ମଣ୍ଡପ ସଂରକ୍ଷିତ ଜଙ୍ଗଲରୁ ପୁଣି ହାତୀ କଙ୍କାଳ ବାହାରିବା ସମସ୍ତଙ୍କୁ ଚକିତ କରିଛି । ପ୍ରଥମେ ନରସିଂହପୁର ବନାଂଚଳରୁ ହାତୀ କଙ୍କାଳ ମିଳିବା ପରେ ବଡ଼ମ୍ବା ବନାଂଚଳରେ ୩ଟି ହାତୀ କଙ୍କାଳ ମିଳିବା ପରେ ଆଜି ଆଉ ଏକ କଙ୍କାଳ ମିଳିଛି । ଏବେ ହାତୀ ମୃତ୍ୟୁର ଉପତ୍ୟକା ପାଲଟିଛି ଆଠଗଡ଼ ବନଖଣ୍ଡ ।

କଙ୍କାଳ ଜବତ ହୋଇଥିବା ସମସ୍ତ ହାତୀଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ । ଆଉ ସେମାନଙ୍କ ମୃତ୍ୟୁ ୨ରୁ ୩ ବର୍ଷ ତଳେ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର । ସେତେବେଳେ ଯିଏ ଆଠଗଡ଼ ବନଖଣ୍ଡ ଅଧିକାରୀ ଥିଲେ, ତାଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଭଲ ଭାବେ ତଦନ୍ତ କଲେ ଆହୁରି ହାତୀ କଙ୍କାଳ ମିଳିବ ବୋଲି କହୁଛନ୍ତି ସ୍ଥାନୀୟ ଲୋକ । ମାଫିଆ ଓ ଶିକାରୀଙ୍କ ସହ ବନ କର୍ମଚାରୀ ଓ ଅଧିକାରୀଙ୍କ ଲିଙ୍କ ଥିବା ଅଭିଯୋଗ ହୋଇଛି । ଏସଆଇଟି ଟିମ୍ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସିଏଫ୍ ।