କୋଟିଆ ହାତେଇବାକୁ ଆନ୍ଧ୍ରର ଚାଲ : ସୀମାନ୍ତ ଗାଁରେ ୨୦୦ ଗାଁ ଲୋକଙ୍କୁ ଏକାଠି କରି ବୈଠକ କଲେ ଆନ୍ଧ୍ର ବିଧାୟକ, ଆଦିବାସୀଙ୍କୁ ବାଂଟିଲେ ଜଙ୍ଗଲ ଜମିପଟ୍ଟା

112

କନକ ବ୍ୟୁରୋ : କୋରାପୁଟର କୋଟିଆ ହାତେଇବାକୁ ଚାଲ ଖେଳିଛନ୍ତି ଆନ୍ଧ୍ର ସରକାର । ଆନ୍ଧ୍ର ବିଧାୟକ ଓ ସରକାରୀ ଅଧିକାରୀ କୋଟିଆରେ ବୈଠକ କରି ଆନ୍ଧ୍ରରେ ସାମିଲ ହେବା ପାଇଁ ଲୋକଙ୍କ ପ୍ରଲୋଭିତ କରିଛନ୍ତି । ବୈଠକ କରିବା ସହ କୋଟିଆ ଗ୍ରାମପଂଚାୟତର ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା ବଂଟନ କରି ପ୍ରଲୋଭିତ କରିବାକୁ ଉଦ୍ୟମ କରିଛନ୍ତି ଆନ୍ଧ୍ରର ସାଲୁର ବିଧାୟକ ପି ରାଜାନା ଦୋରା ।

କୋଟିଆ ଗ୍ରାମପଂଚାୟତର ନେରେଡେବାଲସା ଗାଁରେ ଆନ୍ଧ୍ରର ସାଲୁର ବିଧାୟକ ପି ରାଜାନା ଦୋରା ଲୋକଙ୍କୁ ଏକାଠି କରି କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଂଟନ କରିଛନ୍ତି । ଏଥିସହ ଆଗରୁ ଆନ୍ଧ୍ର ସରକାର ବିଭିନ୍ନ ଯୋଜନାର ଲାଭ ଲୋକଙ୍କୁ ମିଳିବ ବୋଲି ପି ରାଜାନା ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ଏହି ବୈଠକରେ କୋଟିଆ ପଂଚାୟତର ନେରେଡବାଲସା, ତାଡି ବାଲସା, ଆର୍ଜୁ ବାଲସା, ଧୂଳିପଦର ଗାଁରୁ ପ୍ରାୟ ୨୦୦ ଗ୍ରାମବାସୀ ସାମିଲ ହୋଇଥିଲେ ।