ପୁଣି ଆନ୍ଧ୍ରର ଦାଦାଗିରି : କୋରାପୁଟ ଜିଲ୍ଲାର କୋଟିଆରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ଜାରି କଲା ବିଜ୍ଞପ୍ତି

ଫାଟୁ ସିନେରୀ, ଫଗୁଣ ସିନେରୀ, ତଳଗଂଜେଇ ପଦରରେ ଆଗାମୀ ୮ ତାରିଖରେ ପଡ଼ିବ ଭୋଟ

75

କନକ ବ୍ୟୁରୋ : ଆନ୍ଧ୍ରର ଦାଦାଗିରି । ଓଡ଼ିଶାର କୋଟିଆ ପଂଚାୟତରେ ପୁଣି ଥରେ ଜୋର ଜବରଦସ୍ତ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ର ସରକାର । ଓଡ଼ିଶାର ବିରୋଧ ସତ୍ୱେ ଫେବୃଆରୀ ମାସରେ ସରପଂଚ ଏବଂ ୱାର୍ଡସଭ୍ୟ ନିର୍ବାଚନ କରି ସାରିଥିବା ବେଳେ ଆସନ୍ତା ୮ ତାରିଖରେ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ କରିବ ଆନ୍ଧ୍ର । ଏଥିପାଇଁ ସରକାର ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ୧୦ ତାରିଖରେ ପ୍ରକାଶ ପାଇବ ଫଳାଫଳ ।

ସାଲୁର ବ୍ଳକ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୋଟିଆ ପଂଚାୟତର ୨ଟି ଅଂଚଳରେ ସମିତି ସଭ୍ୟ ପଦବୀ ଏବଂ ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ପଦବି ନିମନ୍ତେ ନିର୍ବାଚନ ହେବ । ୩ଟି ପଂଚାୟତ ଫାଟୁ ସିନେରୀ, ଫଗୁଣ ସିନେରୀ, ତଳଗଂଜେଇ ପଦରର ଲୋକେ ନାରିଦିୱାଲସା ଭୋଟ ଗ୍ରହଣ କେନ୍ଦ୍ରର ଯାଉ ଭୋଟ ଦେବେ । କୋଟିଆକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ତଥାବି ଆନ୍ଧ୍ର ତାର ଏକ ତରଫା ଦାଦାଗିରି ଚଳାଇଛିି ।