କନକ ବ୍ୟୁରୋ: ବିଧାୟକ ମହମ୍ମଦ ମୋକିମ୍ ଏବଂ ଚିରଞ୍ଜୀବୀ ବିଶ୍ୱାଳଙ୍କୁ ନିଲମ୍ବନ ପରେ କଂଗ୍ରେସରେ ତେଜୁଛି ଅସନ୍ତୋଷ । ଦୁଇ ନେତାଙ୍କ ସମର୍ଥନରେ ସମର୍ଥକମାନେ ବାହାରି ପ୍ରତିବାଦ କରୁଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରି ଦୁଇ ବିଧାୟକଙ୍କ ବିରୋଧରେ ଲଗିଥିବା ନିଲମ୍ବନ ଉଠାଇବାକୁ ଦାବି କରିଛନ୍ତି । ଓଡ଼ିଶାରେ କଂଗ୍ରେସର ଦିନକୁ ଦିନ ତଳକୁ ଖସୁଛି । କଂଗ୍ରେସକୁ ମଜଭୁତ କରିବାକୁ କଟକ ବାରବାଟୀ ବିଧାୟକ ମୋକିକ ଓ ଚିରଞ୍ଜୀବୀଙ୍କ ଭୂମିକା ରହିଛି । ଚିରଞ୍ଜୀବୀ ବିଶ୍ୱାଳ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିନା କାରଣରେ ଓପିସିସି ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କ ନିଲମ୍ବନ ପାଇଁ ଏଆଇସିିସିକୁ ସୁପାରିଶ କରିଥିବା ଅଭିଯୋଗ କରିଛନ୍ତି ସମର୍ଥକ । ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ନହେଲେ ଆଗକୁ ଏହା ଦଳ ପାଇଁ ଆତ୍ମଘାତୀ ହେବ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ମୁଖପାତ୍ର ଗୋବିନ୍ଦ ଭୂୟାଁ ।