ନେତାଙ୍କୁ ମାନୁନାହାନ୍ତି ବାବୁ, କେନ୍ଦ୍ରର ଚିଠି ପରେ ତତ୍ପରତା ଦେଖାଇଲେ ରାଜ୍ୟ ସରକାର।

124

କନକ ବ୍ୟୁରୋ: ଜନପ୍ରତିନିଧିଙ୍କୁ ଖାତିର କରୁନାହାନ୍ତି ବାବୁ । ଅଫିସର ଓ ନେତାଙ୍କ ଭିତରେ ବିବାଦ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଯାହାକୁ ନେଇ ଅନେକ ସମୟରେ ବିଧାୟକ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି । ଗତ ୧୬ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ସରକାର । ଜନପ୍ରତିନିଧିଙ୍କୁ ସମ୍ମାନ ଦେଉନାହାନ୍ତି ସରକାରୀ ଅଧିକାରୀ ଏହି ଚିଠିକୁ ଆଧାର କରି ରାଜ୍ୟ ସରକାରଙ୍କ ଯୋଜନା ସମନ୍ୱୟ ବିଭାଗ ମୁଖ୍ୟ ଶାସନ ସଚିବ, ସବୁ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି କଡା ତାଗିଦ କରିଛନ୍ତି ।

-ଜନପ୍ରତିନିଧିଙ୍କୁ ୧୫ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ
-ବିଧାୟକ ଓ ସାଂସଦଙ୍କୁ କିଭଳି ବ୍ୟବହାର କରିବେ ସେନେଇ ନିର୍ଦ୍ଦେଶ ଦିଆଯାଇଛି ।
– କୌଣସି ଅଫିସର ନିୟମ ଉଲ୍ଲଙ୍ଘନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
-ମନ୍ତ୍ରୀ ତଥ୍ୟ ଜାଣିବାକୁ ଚାହିଁଲେ ଯଥାଶୀଘ୍ର ତଥ୍ୟ ଦେବେ ବାବୁ
-ଜନପ୍ରତିନିଧି ମାଗୁଥିବା ଚିଠି ଉତ୍ତର ୧୫ ଦିନ ଭିତରେ ଦେବାକୁ ବାଧ୍ୟତାମୂଳକ
-ବାବୁମାନେ ନମ୍ର, ଭଦ୍ର ଆଚରଣ କରିବେ
-ନେତାଙ୍କ କଥାକୁ ଭଲଭାବେ ଶୁଣିବେ
-ଅଫିସରମାନେ ସାଂସଦ ଓ ବିଧାୟକଙ୍କ ଫୋନ ଏବଂ ମେସେଜକୁ ଅଣଦେଖା କରିପାରିବେ ନାହିଁ
ସରକାରୀ କାର୍ଯ୍ୟକ୍ରମରେ ସାଂସଦ ବସିବା ପାଇଁ ଆସନ ବ୍ୟବସ୍ଥା କରିବେ ଓ ସମନ୍ୱୟ ରଖିବେ
ସରକାରୀ କାର୍ଯ୍ୟକ୍ରମର ସ୍ଥାନ ଓ ତାରିଖ ନେଇ ଅବଗତ କରାଇବେ ଅଫିସର

ରାଜ୍ୟରେ ନିୟମ ପାଳନ ହେଉଛି କି ନାହିଁ ଏ ନେଇ ବିଧାନସଭାର ଏଥିକ୍ସ କମିଟି ଅନୁଧ୍ୟାନ କରୁଛି । ସେପଟେ ବିରୋଧୀ କହିଛନ୍ତି ଏହି ନିୟମ କଡାକଡି ପାଳନ ହେଉନାହିାଁ କେନ୍ଦ୍ରର ଚିଠି ପରେ ରାଜ୍ୟ ସରକାର ଏବେ ଚିଠି ଲେଖି ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।