କନକ ବ୍ୟୁରୋ: ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଦାବି ଜୋର ଧରିବା ପରେ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ୨ରୁ ୩ ଦିନ ଭିତରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଦକ୍ଷିଣ, ପଶ୍ଚିମ ଓ ସିଂହଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ କରାଇ ଉତର ଦ୍ୱାର ପଟେ ପ୍ରସ୍ଥାନ କରାଇବାକୁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଜିଲ୍ଲାପାଳ । ଏନେଇ ପ୍ରଶାସନିକ ସ୍ତରରୁ ଘୋଷଣା ନହୋଇଥିଲେ ବି ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ଦଫାରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଅଧିକାରୀ ପଶ୍ଚିମଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥପାଇଁ ବ୍ୟାରିକେଡ୍ ନିର୍ମାଣ ଜାରି ରହିଛି । ପ୍ରାଥମିକ ଭାବେ ପୁରୀବାସୀଙ୍କୁ ନିଜ ପରିଚୟ ପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବାକୁ ବିଚାରବିମର୍ଶ ଚାଲିଛି ।