କନକ ବ୍ୟୁରୋ: ଥମୁନି ଦାଦନ ଦୁଃଖ । ଦାଦନ ଖଟିବାକୁ ଯାଇ ନିର୍ଯାତନା ସହିପାରିଲେନି । ଶେଷରେ ବେଙ୍ଗାଲୁରୁରୁ ଚାଲି ଚାଲି ତିନି ଦାଦନ ଶ୍ରମିକ ନିଜ ଗାଁରେ ପହଂଚିଛନ୍ତି । ଆମେ ଏମିତି ଅନେକ ଦାଦନ ଦୁଃଖ କାହାଣୀ ଶୁଣିଛେ । ଦାଦନ ଖଟିବାକୁ ଯାଇ ବହୁ ଶ୍ରମିକ ନିର୍ଯାତିତ ହେଉଛନ୍ତି । କଳାହାଣ୍ଡି ଟିଙ୍ଗପାଟଣାର ମଧ୍ୟ କିଛି ଶ୍ରମିକ ପରିବାର ଚଳାଇବାକୁ ଚାଲିଯାଇଥିଲେ ବେଙ୍ଗାଲୁରୁ ହେଲେ ସେଠାରେ ଖଟଣି ସାଙ୍ଗକୁ ପ୍ରତି ସମୟରେ ନିର୍ଯାତିତ ହେଉଥିଲେ । ଖାଇବାକୁ ପିଇବାକୁ ମିଳୁନଥିବା ବେଳେ ଅନେକ ନିର୍ଯାତନା ଦିଆଯାଉଥିଲା ସେଠାରେ ସେମାନଙ୍କୁ । ଅକଥନୀୟ ନିର୍ଯାତନା ସହିନପାରି ସେଠାରୁ ରାତିଅଧରେ ବାହାରି ପାଦରେ ଚାଲି ଚାଲି ନିଜ ଗାଁରେ ପହଂଚିଛନ୍ତି ଶ୍ରମିକ ମାନେ ।