ଇସ୍ତଫା ଦେବା ପରେ ମଧ୍ୟ ମନ୍ତ୍ରୀ ପଦରୁ ହଟି ନାହାନ୍ତି ମହାରଥୀ ! ଅପଡେଟ୍ ହେଉନି ୱେବସାଇଟ୍ ।

ନିକଟରେ ପିପିଲି ଗଣ ଦୁଷ୍ମର୍ମ ଓ ହତ୍ୟାକାଣ୍ଡ ମାମଲାରେ ବିବାଦୀୟ ବୟାନ ଦେଇ କୃଷି ଓ ପଞ୍ଚାୟତିରାଜ ଭଳି ବିଭାଗରୁ ଗତ ୬ ତାରିଖରେ ଇସ୍ତଫା ଦେଇଥିଲେ ମହାରଥୀ ।

502

କନକ ବ୍ୟୁରୋ: ଏବେ ବି ମନ୍ତ୍ରୀ ପଦରେ ଅଛନ୍ତି ପ୍ରଦୀପ ମହାରଥୀ । ଏକଥା ଆମେ କହୁନୁ ବରଂ ଏଭଳି କିଛି ନଜିର ଦେଖିବାକୁ ମିଳିଛି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସିଆଲ୍ ୱେବସାଇଟରେ । ନିକଟରେ ପିପିଲି ଗଣ ଦୁଷ୍ମର୍ମ ଓ ହତ୍ୟାକାଣ୍ଡ ମାମଲାରେ ବିବାଦୀୟ ବୟାନ ଦେଇ କୃଷି ଓ ପଞ୍ଚାୟତିରାଜ ଭଳି ବିଭାଗରୁ ଗତ ୬ ତାରିଖରେ ଇସ୍ତଫା ଦେଇଥିଲେ ମହାରଥୀ । କିନ୍ତୁ ଏବେ ବି cm.odisha.gov.in ୱେବସାଇଟକୁ ଓପନ କଲେ ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ମହାରଥୀଙ୍କ ନାଁ ଦେଖିବାକୁ ମିଳିବ । କିଭଳି ଇସ୍ତଫା ପରେ ମଧ୍ୟ ଏବେ ବି ପୂର୍ବଭଳି କୃଷି, ପଞ୍ଚାୟତିରାଜ-ପାନୀୟ ଜଳ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଭଳି ବିଭାଗ ଦାୟିତ୍ୱରେ ରହିଥିବା ପ୍ରଦୀପ ମହାରଥୀଙ୍କୁ ଦେଖିବାକୁ ମିଳୁଛି ।

ଅନ୍ୟପଟେ ଏହି ଘଟଣା ଏବେ ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ-ଟି ଉପରେ ପ୍ରଶ୍ନବାଚୀ ଉଠାଇଛି । ପୂର୍ବରୁ ଏଭଳି କିଛି ଉଦାହରଣ ରାଜ୍ୟ ସରକାରଙ୍କ ଆଇଏଏସ କ୍ୟାଡ଼ର ତାଲିକା ୱେବସାଇଟରେ ଦେଖିବାକୁ ମିଳିଥିଲା । ଏପରିକି ସରକାରଙ୍କ ତଥ୍ୟ ଭଣ୍ଡାର ବୋଲାଉଥିବା ଇ-ଡେସପାଚରେ କଳଙ୍କୀ ଲାଗିବା ଭଳି କୌଣସି ଚିଠିର ଆଦାନ ପ୍ରଦାନ ହେନଉଥିବା ଘଟଣା ସମା୍ନକୁ ଆସିଥଲା । ଅନେକ ଗୁରୁତ୍ୱ ପୂର୍ଣ୍ଣ ସରକାରୀ ବିଭାଗର ୱେବସାଇଟ୍ ବର୍ଷ ବର୍ଷ ଧରି ଅପଡେଟ୍ ହେଉନାହିଁ । ଯାହାକୁ ନେଇ ସରକାରୀ ବାବୁଙ୍କ କାର୍ଯ୍ୟାକଳାପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ ।

ସେପଟେ ମହାରଥୀଙ୍କ ଇସ୍ତଫାକୁ ମାସେ ପୁରିବାକୁ ବସିଲାଣି ହେଲେ ରାଜ୍ୟ ସରକାରଙ୍କ ହାଇକମାଣ୍ଡ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ୍ ୱେବସାଇଟରେ ଏବେ ବି ମହାରଥୀଙ୍କୁ ମିଳିଛି ମନ୍ତ୍ରୀ ପଦ । ଗତ କିଛି ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନିଜେ ଥ୍ରୀ-ଟି ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ ଓ ଟେକ୍ନୋଲୋଜୀ ଉପରେ ଗୁରୁତ୍ୱ ଦେଇ ଲୋକମାନଙ୍କ ସହିତ ଯୋଡ଼ି ହେବାକୁ ସରକାରୀ କଳକୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ଏହାକୁ ଯେମିତି ଭୁଲିଯାଇଛନ୍ତି ସରକାରୀ ବାବୁ । ଯେଉଁଥି ପାଇଁ କେଉଁ ବିଭାଗର ଦାୟିତ୍ୱ ସମ୍ଭାଳୁଛି ଆଉ କିଏ ଆଟ୍ କିଏ ଇନ୍ ତାକୁ ନେଇ ଏବେ ଲୋକଙ୍କ ଭିତରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ଅପେକ୍ଷା କେବେ ପ୍ରକୃତରେ ଥ୍ରୀ-ଟି ସ୍ଲୋଗାନ୍ କାର୍ଯ୍ୟକାରୀ ହେବ ?