ପୁଲୱାମା ପରେ ସୋପିଆନରେ ପୁଣି ଆତଙ୍କବାଦୀ ଆକ୍ରମଣ! ପୋଲିସ ଦେଲା କଡା ଜବାବ, ଫେରାର ହେଲେ ଆତଙ୍କବାଦୀ

450

କନକ ବ୍ୟୁରୋ : ପୁଲୱାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ସିଆରପିଏଫ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ ପୂରା ଦେଶରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ଆତଙ୍କବାଦୀ ମାନେ ପୁଣିଥରେ ଆକ୍ରମଣ କରିବାକୁ ପ୍ରୟାସ କରି ବିଫଳ ହୋଇଛନ୍ତି । ପୁଲୱାମା ପରେ ସୋପିଆନ ଅଞ୍ଚଳରେ ଏକ ପୋଲିସ ଥାନାକୁ ଆତଙ୍କବାଦୀ ମାନେ ଟାର୍ଗେଟ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।

ସୋପିଆନ ଅଞ୍ଚଳରେ ଥିବା ପୋଲିସ ଷ୍ଟେସନ ଉପରକୁ ଆତଙ୍କବାଦୀ ମାନେ ଲଗାତାର ଗୁଳିଚାଳନା କରିଥିଲେ । ଜବାବରେ ପୋଲିସ ମାନେ ପାଲଟା ଆକ୍ରମଣ କରିବାରୁ ଆତଙ୍କବାଦୀ ମାନେ ଫେରାର ହୋଇଯାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ କୌଣସି କ୍ଷତି ପହଞ୍ଚି ନାହିଁ । ତେବେ ଖବର ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳକୁ ଘେରାଉ କରିଛନ୍ତି ସୁରକ୍ଷାକର୍ମୀ । ପ୍ରତ୍ୟେକ ସ୍ଥାନରେ ସୁରକ୍ଷାକର୍ମୀ ଖାନତଲାସୀ ନେଉଥିବା ବେଳେ ଜୋରଦାର ଅପରେସନ ଆରମ୍ଭ କରାଯାଇଛି ।