ପାଣ୍ଡ୍ୟା, ରାହୁଲଙ୍କ ପରେ ବିବାଦରେ ବିରାଟ ! ଜାଣନ୍ତୁ କ’ଣ କହି ଅଡୁଆରେ ପଡିଲେ କୋହଲି । 

776

କିଛି ଦିନ ତଳେ ଭାରତୀୟ କ୍ରିକେଟ ଦଳର ଦୁଇ ଜଣାଶୁଣା ଖେଳାଳି କେ ଏଲ୍ ରାହୁଲ ଏବଂ ହାର୍ଦ୍ଦିକ୍ ପାଣ୍ଡ୍ୟା କଫି ଓି୍ୱଥ୍ କରଣରେ ପହଞ୍ଚିଥିଲେ । ଏହି ସମୟରେ ହାର୍ଦ୍ଦିକ କରଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହିଳାମାନଙ୍କୁ ସେ କେବଳ ଉପଭୋଗର ସାମଗ୍ରୀ ବୋଲି ଭାବୁଥିବା କହିଥିଲେ । ତାଙ୍କର ଏଭଳି ମତ ପରେ ଅନେକ ବିବାଦ ହୋଇଥିବା ବେଳେ ଏବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ବିବାଦରେ ଛନ୍ଦି ହୋଇଥିବା ଦେଖା ଯାଇଛି । ବିରାଟଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବ୍ଲାଇଣ୍ଡ ଡେଟରେ ଯାଇଥିବା ବେଳେ ଯୁବତୀ ଅସୁନ୍ଦର ଥିବାରୁ ସେ ସେଠାରୁ ଖସି ପଳାଇ ଆସିଥିବା କଥା କହୁଥିବା ଦେଖା ଯାଇଛି । ଭିଡିଓଟି ପାଖା ପାଖି ୯ବର୍ଷ ପୁରୁଣା ବୋଲି ଜଣା ପଡ଼ିଛି, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଜଣେ ସାମ୍ବାଦିକା ବିରାଟଙ୍କୁ ଅନେକ ପ୍ରଶ୍ନ କରିଥିବା ବେଳେ ବ୍ଲାଇଣ୍ଡ ଡେଟରେ କେବେ ଯାଇଛ କି ନାହିଁ ବୋଲି ମଧ୍ୟ ପଚାରିଥିଲେ । ଯାହାର ଉତ୍ତର ରଖି, “ହଁ ମୁଁ ଗୋଟେ ବ୍ଲାଇଣ୍ଡ ଡେଟରେ ଯାଇଥିଲି । କିନ୍ତୁ ୫ମିନିଟ୍ ପରେ ସେଠାରୁ ଚାଲି ଆସିଥିଲି” ବୋଲି ବିରାଟ କହିଥିଲେ । ଏହାର କାରଣ ପଚରାଯିବା ପରେ,”ଯୁବତୀ ଜଣଙ୍କ ବହୁତ ଅସୁନ୍ଦର ଥିଲେ ବୋଲି ମୁଁ ସେଠାରୁ ଚାଲି ଆସିଥିଲି” ବୋଲି ବିରାଟଙ୍କୁ କହୁଥିବା ଦେଖା ଯାଇଛି ।

ଜଣେ ବ୍ୟବହାରକାରୀ ବିରାଟଙ୍କ ସେହି ଭିଡ଼ିଓକୁ ଟୁଇଟ୍ କରି କହିଛନ୍ତି, ଯଦି ବିରାଟ ଏଭଳି ଟିପ୍ପଣି ୨୦୧୯ରେ ଦେଇଥାନ୍ତେ, ତେବେ ତାଙ୍କୁ କେତେ ଲୋକ ବିରୋଧ କରିଥାନ୍ତେ । କେତେ ସମୟ ପର୍ଯ୍ୟନ୍ତ ବିସିସିଆଇ ତାଙ୍କୁ ନିଲମ୍ବିତ କରିଥାନ୍ତା ?” ବୋଲି ସେ ପ୍ରଶ୍ନ କରିଛନ୍ତି ।