କନକ ବ୍ୟୁରୋ : ଶୁକ୍ରବାର ପାଟନାରେ ହୋଇଥିଲା  ବିରୋଧୀ ମେଳୀ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବାକୁ ପ୍ରାୟ ୧୫ରୁ ଅଧିକ ବିରୋଧୀ ଦଳ  ବିହାରରେ ଏକାଠି ହୋଇଥିଲେ । ଗୋଟେପଟେ ବୈଠକ ହୋଇଥିବାବେଳେ ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଶାହା କହିଛନ୍ତି ବିରୋଧୀଙ୍କ ଶତ ଚେଷ୍ଟା ସତ୍ୱେ ୨୦୨୪ରେ  ମୋଦୀଙ୍କ ନେତୃତ୍ୱରେ ବିଜେପି  ୩ଶହରୁ ଅଧିକ ଆସନରେ ଜିତିବ । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାଟନାରେ ପହଁଚି ବୈଠକରେ ସାମିଲ ହେବା ସହ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଆମେ ଏକାଠି ବିଜେପକିୁ ହରାଇବ । ଦେଶରେ ଦୁଇଟି ବିଚାରଧାରାର ଲଢେଇ ଚାଲିଛି । ବିଜେପି ଦେଶକୁ ଭାଙ୍ଗୁଛି ଓ କଂଗ୍ରେସ ଦେଶକୁ ଯୋଡୁଛି । ସେପଟେ ରାହୁଲଙ୍କୁ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ବିଜେପିକୁ ହରାଇବା ପାଇଁ କଂଗ୍ରେସ ଏକାକୀ ସକ୍ଷମ ନୁହେଁ ବୋଲି ବିରୋଧୀ ବୈଠକରେ ପ୍ରମାଣିତ ହୋଇଛି ।