ଖୋଲିବ ନେତାଙ୍କ ପାପ ପୃଷ୍ଠା । କଳ୍ପନା ହତ୍ୟାକାଣ୍ଡ ନେଇ ଅଧିକ ଛାନଭିନ୍ ପାଇଁ ଓଡ଼ିଶା ଆସିବ ଛତିଶଗଡ଼ ପୋଲିସ । ସେପଟେ ଅଜ୍ଞାତ ସ୍ଥାନରେ ଅନୁପ ସାଏଙ୍କ ଡ୍ରାଇଭରକୁ ଜେରା ।

381

କନକ ବ୍ୟୁରୋ : ଡବଲ୍ ମର୍ଡର ଓ ଅନୁପ ସାଏ ଘଟଣାର ଅଧିକ ଛାନଭିନ୍ ପାଇଁ ଓଡ଼ିଶା ଆସିବ ଛତିଶଗଡ଼ ପୁଲିସର ୩ଟି ଟିମ୍ । ଆଜି ଏହି ୩ଟି ଟିମ୍ ଓଡ଼ିଶାର ପୃଥକ୍ ପୃଥକ୍ ସ୍ଥାନରେ ଖୋଳତାଡ଼ କରିବା ନେଇ ସୂଚନା ମିଳିଛି । ତେବେ ଏହି ଘଟଣାରେ କେବଳ ଅନୁପ ସାଏ କିମ୍ବା ଡାଇଭର ବର୍ଦ୍ଧନ ଟପ୍ପୋଙ୍କ ବ୍ୟତୀତ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ସନ୍ଦେହ କରୁଛି ରାୟଗଡ଼ା ପୁଲିସ୍ । ସେହିପରି ଏହି ହତ୍ୟାକାଣ୍ଡରେ ରାଜନୈତିକ ସଂପୃକ୍ତି ଥାଇପାରେ ବୋଲି ସୂଚନା ଦେଇଛନ୍ତି ରାୟଗଡ଼ ଏସପି ।

ଏପଟେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଗିରଫ କରିଛି । କୌଣସି ଏକ ଅଜ୍ଞାତ ସ୍ଥାନରେ ରଖି ଡ୍ରାଇଭରକୁ ପଚରାଉଚରା କରୁଛି ରାୟଗଡ ପୁଲିସ । ଅନୁପଙ୍କ ଡ୍ରାଇଭରକୁ ଜେରା କରି ପୁଲିସ ପ୍ରାୟ ୪ ବର୍ଷ ତଳର ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ଆଉ କିଛି ପରଦା ହଟାଇବା ସମ୍ଭାବନା ରହିଛି । ହତ୍ୟାରେ ବ୍ୟବହୃତ ଲୁହା ରଡ୍ ଓ ବୋଲେରୋ ଗାଡି ଏବେ କେଉଁଠି, ତାର ଅନୁସନ୍ଧାନ ଚଳାଇଛି ପୋଲିସ । ଅନୁମାନ କରାଯାଉଛି, ଛତିଶଗଡ ପୋଲିସ କବଜାରେ ଡ୍ରାଇଭର ପଡିବା ପରେ ଏହି ରହସ୍ୟ ଉପରୁ ପରଦା ହଟିପାରେ । ସେପଟେ ଖୁବଶୀଘ୍ର ଛତିଶଗଡ ପୋଲିସ ପୁଣି ଓଡିଶା ଆସି ଘଟଣାର ଅଧିକ ଛାନଭିନ କରିବ ବୋଲି ଜଣାପଡିଛି ।