ଦିୱାଲି ପରେ ଦିଲ୍ଲୀକୁ କଲବଲ କରୁଛି ବାୟୁପ୍ରଦୂଷଣ: ବିଷାକ୍ତ ବାୟୁ ବଳୟ ଭିତରେ ଛଟପଟ ହେଉଛନ୍ତି ରାଜଧାନୀବାସୀ

61

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀ ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଶୁକ୍ରବାର ବାୟୁର ଗୁଣବତା ଅତ୍ୟନ୍ତ ଖରାପ ରହିଥିବା ନେଇ ସୂଚନା ଦେଇଛି ଆଇଏମଡି । ଏଠାରେ ପବନର ବେଗ କମ୍ ରହିଥିବାରୁ ଜଳବାୟୁର ପ୍ରଦୂଷକ ସୃଷ୍ଟି ହେଉଛି । ଶୁକ୍ରବାର ଦିଲ୍ଲୀରେ ସବନିମ୍ନ ତାପମାତ୍ରା ୧୪.୬ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି ।, ଯାହା ସ୍ୱାଭାବିକ ଠୁ ବହୁତ କମ୍ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଗୁରୁବାର ସକାଳ ସାଢେ ୯ଟା ସୁଦ୍ଧା ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୱ୍ୟୁଆଇ ୩୩୩ ରହିଥିବା ବେଳ ଶୁକ୍ରବାଳ ସକାଳ ସାଢେ ନଅ ବେଳକୁ ଏହା ୪୪୩ ହୋଇଛି । ସେହିପରି ସବୁଠି ପ୍ରଦୂଷିତ ଅଂଚଳ ଭାବେ ଦିଲ୍ଲୀର ଆନନ୍ଦବିହାରକେନ୍ଦ୍ର ରହିଛି । ଏହା ପଛକୁ ୱାଜିରପୁର, ପଟପଡଗଞ୍ଜ, ବିବେକ ବିହାର, ପଞ୍ଜାବୀ ବାଗ, ଜାହାଙ୍ଗୀରପୁର ରହିଛି । ସେପଟେ ଯମୁନା ନଦୀ ବି ବିଷାକ୍ତ ହୋଇଛି । ନଦୀ ଜଳରେ ଧଳା ଫେଣ ଭାସୁଥିବାର ଚିତ୍ର ଆସିଛି । ଯାହାକୁ ନେଇ ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି । ଗୋଟିଏ ପଟେ ଦିଲ୍ଲୀର ବାୟୁମାନକୁ ନେଇ ଲଗାତାର ବିଭିନ୍ନ ପ୍ରଶ୍ନ ଉଠୁଥିବାବେଳେ ଏବେ ପ୍ରଦୁଷିତ ନଦୀ ଜଳ ବୋଝ ଉପରେ ନଳିତା ବିଡା ସାଜିଛି ।