ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍କାନରରେ ଭାରତରେ ପ୍ରସ୍ତୁତ କଫ୍ ସିରଫ୍ : ଗାମ୍ବିଆରେ ୬୬ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

155

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍କାନରରେ ଭାରତରେ ପ୍ରସ୍ତୁତ ହେଉଥିବା କଫ୍ ସିରପ୍ । ଭାରତୀୟ କଫ୍ ସିରପ୍ ଯୋଗୁଁ ଗାମ୍ବିଆରେ ୬୬ ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏଥିପାଇଁ ଭାରତୀୟ କମ୍ପାନୀ ମୈଡେନ୍ ଫାର୍ମାସ୍ୟୁଟିକାଲ ପ୍ରସ୍ତୁତ କରିଥିବା ୪ଟି କଫ୍ ସିରପ୍ ଓ କୋଲ୍ଡ ସିରପର ଯାଞ୍ଚ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ଏହି କଫ୍ ସିରପ୍ ଯୋଗୁ ଛୋଟ ପିଲାଙ୍କର କିଡନୀ ସମସ୍ୟା ଦେଖାଦେଇଥିଲା । ଏଥିପାଇଁ ପିଲାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମୈଡେନ୍ ଫାର୍ମାସ୍ୟୁଟିକାଲ ସିରପ୍ ଗୁଡ଼ିକ ପ୍ରତି ସତର୍କ ରହିବାକୁ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଗାମ୍ବିଆଠାରେ ହୋଇଥିବା ୪ଟି ଦୂଷିତ ବା ବିବାଦୀୟ ମେଡିକାଲ ପ୍ରଡକ୍ଟ ପାଇଁ ଆଲର୍ଟ ଜାରି କରାଯାଇଛି ।