କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳକୁ ଏକାଠି କରିବାକୁ ପ୍ରୟାସ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ନୀତୀଶଙ୍କୁ ଅନୁରୋଧ କରିଛି ଯେ ଜୟପ୍ରକାଶ ଜୀଙ୍କର ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଛି, ତେଣୁ ଆମେ ବିହାରରେ ଏକ ସଭା ମଧ୍ୟ କରିବା ଉଚିତ୍ । ବିରୋଧୀ ଏକାଠି ଅଛନ୍ତି । ଏପରି ଏକା ବାର୍ତା ଦେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆମ ଦର୍ଶନ ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ଆମେ ଏକାଠି ଲ ଲଢିବା ସୁନିଶ୍ଚିତ । କେଉଁ ଆଧାରରେ ଏହା ଘଟିବ, ଠିକ୍ ସମୟରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।