କନକ ବ୍ୟୁରୋ: କିଛି ଦିନର ନିରବତା ପୁଣି ଫେରିଲା ଓଲିଉଡ କଳି । ପ୍ରଯୋଜକଙ୍କ ମଧ୍ୟ ଅସନ୍ତୋଷର ନିଆଁ ଜଳୁଛି । ଫିଲ୍ମର ସେନ୍ସର୍ ସ୍କ୍ରିନିଂ ପାଇଁ ଓଏଫଡିସି ଟଙ୍କା ଲୁଟୁଥିବା ଅଭିଯୋଗ ଆଣିଛନ୍ତି ସିନେ ନିର୍ମାତା ସ୍ଥିତ ପଟ୍ଟନାୟକ । ସେ ନିଜ ସୋସିଆଲ ମିଡିଆ ଆକାଉଂଟରେ ଏହି ଅଭିଯୋଗ ଆଣିଛନ୍ତି । ସେନ୍ସର୍ ସ୍କ୍ରିନିଂ ପାଇଁ ଓଏଫଡିସି ୧୨ ହଜାର ଟଙ୍କା ମାଗୁଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, ଏହା ଲାଂଚ ନୁହେଁ ଦେୟ ।