କନକ ବ୍ୟୁରୋ: ଦୀର୍ଘ ୬ ଦଶନ୍ଧୀ ପରେ ସୋମବାର ପ୍ରଥମ ଥର ପାଇଁ ପୃଥିବୀର ଅତି ନକଟତର ହେବ ସୌର ଜଗତର ସବୁଠୁ ବଡ଼ ଗ୍ରହ ବୃହସ୍ପତି । ସୋମବାର ରାତି ସାରା ଏହି ବଡ ଗ୍ରହର ମନୋଲଭା ଦୃଶ୍ୟ ଦେଖିପାରିବେ ପୃଥିବୀବାସୀ । ପୃଥିବୀ ଠାରୁ ୬୦ କୋଟି କୋଷ ଦୂରରେ ଥିବା ବୃହସ୍ପତିର ଏହି ଦୃଶ୍ୟ ଆପଣ ଘରେ ରହି ମଧ୍ୟ ଦେଖିପାରିବେ । ଏଥିପାଇଁ ଆପଣକୁ ଦୁଇଟି ଲେନ୍ସ ଥିବା ଭଲ ବାଇନୋକୁଲାର ତଥା ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ରହିଛି । ଏହି ବାଇନୋକୁଲାର ସାହାଯ୍ୟରେ କିଛିଟା ଦୃଶ୍ୟ ଦେଖିପାରିବେ ବୋଲି କହିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । । ହେଲେ ବୃହସ୍ପତିରେ ଥିବା ନାଲି ରଙ୍ଗର ବଡ଼ ଚିହ୍ନକୁ ଦେଖିବା ପାଇଁ ଆପଣଙ୍କୁ ବଡ ଟେଲିସ୍କୋପର ଆବଶ୍ୟକତା ରହିଥିବା କହିଛି ନାସା ।

Advertisment

କେମିତି ପୃଥିବୀର ନିକଟତର ହୁଏ ବୃହସ୍ପତି?
-ସେପ୍ଟେମ୍ବର ୨୬ରେ ପୃଥିବୀର ବିପରୀତ ପାଶ୍ୱର୍ରେ ରହିବ ଜୁପିଟର
-ସୂର୍ଯ୍ୟ, ପୃଥବୀ ଏବଂ ବୃହସ୍ପତି ଏକ ସରଳରେଖାରେ ରହିବେ
-ଯେତେବେଳେ ସୂର୍ଯ୍ୟ ପଶ୍ଚିମରେ ଅସ୍ତ ହେବ ସେତେବେଳେ ଜୁପିଟର ପୂର୍ବରେ ଉଦୟ ହେବ
-ଆଉ ସାରା ରାତି ପୁଣି ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ବୃହସ୍ପତିିର ନିଟକତମ ଦୃଶ୍ୟ ଦେଖହେବ
କାହିଁକି ବୃହସ୍ପତିର ନିକଟର ହୋଇଥାଏ ପୃଥିବୀ ?
-ପୃଥିବୀ ଏବଂ ବୃହସ୍ପତିିର କକ୍ଷପଥର ବୃତ୍ତଆକୃତି ସମାନ ନଥିବାରୁ ଦୁଇ ଗ୍ରହ ଅତି ନିକଟତର ହୋଇଥାନ୍ତି

ପ୍ରତି ୧୩ ମାସରେ ବୃହସ୍ପତି ଆକାରରେ ବଡ଼ ଏବଂ ଉଜ୍ଜ୍ୱଳତ୍ୱର ହୋଇ ପୃଥିବୀର ନିକଟତର ହୋଇଥାଏ । ହେଲେ ଏଥର ୧୯୬୩ ପରେ ପ୍ରଥମ ଥର ପାଇଁ ପୃଥିବୀର ଏତେ ନିକଟତର ହେବ ବୃହସ୍ପତିି । ଦୁଇ ଗ୍ରହର କକ୍ଷପଥ ସମାନ ନଥିବାରୁ ଏଭଳି ନିକଟତର ହେଉଥିବା କହିଛି ନାସା । ୧୯୬୩ରେ ଶେଷ ଥର ପାଇଁ ପୃଥିବୀର ଅତି ନିକଟତର ହୋଇଥିଲା ଜୁପିଟର ।

ସେହି ସମୟରେ ବୃହସ୍ପତି ପୃଥିବି ଠାରୁ ଆନୁମାନିକ ୩୬ କୋଟି ୭୦ ଲକ୍ଷ କୋଷ ଦୂରରେ ଦୃଶ୍ୟମାନ ହୋଇଥିଲା । ସାଧାରଣତଃ ବୃହସ୍ପତି ପୃଥିବୀ ଠାରୁ ୬୦ କୋଟି କୋଷ ଦୂରରେ ରହୁଥିବା ବେଳେ ପ୍ରାୟ ୩୬ କୋଟି ୭୦ ଲକ୍ଷ କୋଷ ଦୂର ପାଖକୁ ଚାଲିଆସିଥିଲା । ତେବେ ଏଥର କେତେ ବୃହସ୍ପତି କେତେ ଦୂରରେ ଦୃଶ୍ୟମାନ ହେବ ତାହା ଉପରେ ଗବେଷକଙ୍କ ନଜର ରହିଛି ।