ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେବ ଅମର ଯବାନ ଜ୍ୟୋତି : ସହିଦ ଯବାନଙ୍କ ସ୍ମୃତିରେ ୫୦ ବର୍ଷ ଧରି ଅହରହ ଜଳୁଥିଲା ମଶାଲ

ଭାରତ-ପାକ୍ ଯୁଦ୍ଧରେ ସହିଦ ଯବାନଙ୍କ ସ୍ମୃତିରେ ହୋଇଥିଲା ସ୍ଥାପନ

137

କନକ ବ୍ୟୁରୋ : ଦିଲ୍ଲୀରେ ଇଣ୍ଡିଆ ଗେଟ୍‌ରେ ୫୦ ବର୍ଷ ଧରି ପ୍ରଜ୍ଜଳିତ ଥିବା ଅମର ଯବାନ ଜ୍ୟୋତିର ଆଜି ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଜ୍ୟୋତିରେ ବିଲୟ କରାଯିବ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ବୀର ଭାରତୀୟ ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ସ୍ଥାପନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୨୬ ଜାନୁଆରି ୧୯୭୨ରେ ଏହାର ଉଦ୍‌ଘାଟନ କରିଥିଲେ । ଆଜି ଅପରାହ୍ନରେ ଏହି ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଜ୍ୟୋତିରେ ବିଲୟ ହେବ । ସହିଦ ଯବାନଙ୍କ ସ୍ମୃତିରେ ୫୦ ବର୍ଷ ଧରି ଅହରହ ଜଳୁଥିବା ମଶାଲ ଏବେ ଜାତୀୟ ଯୁଦ୍ଧ ସ୍ମାରକୀରେ ପରିବର୍ତ୍ତିତ ହୋଇଯିବ । ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦ୍‌ଘାଟନ କରିଥିଲେ । ସ୍ବାଧୀନ ଭାରତରେ ବିଭିନ୍ନ ଯୁଦ୍ଧ ଓ ସଂଘର୍ଷରେ ସହିଦ ହୋଇଥିବା ୨୬ ହଜାରରୁ ଅଧିକ ଯବାନଙ୍କ ନାମ ଏହି ସ୍ମାରକୀରେ ରହିଛି ।