ସ୍କୁଲକୁ ଫେରିବେ ଶିକ୍ଷକ । ୪ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଥମିକ ଶିକ୍ଷକ ।

214

କନକ ବ୍ୟୁରୋ: ୪ ଦିନର ଆନ୍ଦୋଳନ ପରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି । ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମୟ ଅନୁସାରେ ୨୦ ତାରିଖ ମଧ୍ୟରେ ନିଷ୍ପତ୍ତି ନିଆନଗଲେ ପୁଣି ଥରେ ଆନ୍ଦୋଳନ ହେବ ବୋଲି ପ୍ରାଥମିକ ଶିକ୍ଷକ ସଂଘ ଧମକ ଦେଇଛି । ୩ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଭୁବନେଶ୍ୱରରେ ଆନ୍ଦୋଳନ କରିଥିଲେ । ଏ ନେଇ ଗତକାଲି ପ୍ରାଥମିକ ଶିକ୍ଷକ ସଂଘ ସରକାରଙ୍କ ମଧ୍ୟରେ ବୈଠକରେ କୌଣସି ନିଷ୍କର୍ସ ବାହାରିନଥିଲା । ଆଜି ପୁଣି ବୈଠକ ବସିଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିଷ୍ପତି ହୋଇଛି । ଏହି କମିଟି ଆସନ୍ତା ୧୬ ତାରିଖରୁ ୨୦ ତାରିଖ ମଧ୍ୟ ଶିକ୍ଷକଙ୍କ ଦାବି ନେଇ ଆଲୋଚନା କରିବ । ୪ ଦିନ ଧରି ଆନ୍ଦୋଳନ ଯୋଗୁଁ ରାଜ୍ୟର ପ୍ରାଥମିକ ସ୍କୁଲ ଗୁଡିକରେ ପାଠପଢା ବାଧାପ୍ରାପ୍ତ ହୋଇଥିଲା ।