୧୦ଦିନ ଧରି ପେଣ୍ଡାଲରେ ପୂଜା ପାଇବା ପରେ ଆଜି ହେଲା ଗଜାନନଙ୍କ ବିସର୍ଜନ । ସାରା ମହାରାଷ୍ଟ୍ର ଉତ୍ସବମୁଖର

117

କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ସହ ୧୦ ଧରି ରହିବା ପରେ ଶେଷରେ ବିଦାୟ ନେଇଛନ୍ତି ଗଣପତି । ଭକ୍ତମାନେ ଯେଉଁଭଳି ଆଦର,ଶ୍ରଦ୍ଧା ଓ ଭକ୍ତି ସହ ବପ୍ପାଙ୍କ ପୂଜା କରିଥିଲେ ଠିକ୍ ସେହିଭଳି ଧୁମଧାମ ଓ ଆଡମ୍ବର ସହ ବିଦାୟ ଦିଆଯାଇଛି । ଭସାଣ ଯାତ୍ରାକୁ ନେଇ ଦୁଲୁକୁଛି ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ର । ଗଣପତିଙ୍କ ବିଶାଳ ମୂର୍ତି ଗୁଡିକ ଅତି ଯତ୍ନ ସହକାରେ ଶ୍ରଦ୍ଧାର ସହ ବିସର୍ଜନ କରାଯାଉଛି । ତେବେ ଗଣପତିଙ୍କୁ ବିସର୍ଜନ ସମୟରେ ଶ୍ରଦ୍ଧାଳମାନେ ଭାବବିହ୍ୱଳ ହୋଇପଡିଛି ।

ମହାରାଷ୍ଟ୍ର ପୁଣେରେ ବେଶ ଧୁମ୍ ଧାମରେ ଗଣେଶ ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଛି । ବାଜା ରୋଷଣୀର ତାଳେ ତାଳେ ଭକ୍ତମାନେ ପ୍ରଭୁ ଗଣେଷଙ୍କ ଚଳିତବର୍ଷ ପାଇଁ ବିଦାୟ ଦେଉଛନ୍ତି । ମହାରାଷ୍ଟ୍ରର ଗଣପର୍ବ ଭାବେ ଗଣପତି ଉତ୍ସବ ପାଳନ କରାଯାଏ । ୧୦ ଦିନ ଧରି ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା କରାଯାଏ ।

ସେପଟେ ଯେଭଳି ପରିବେଶ ଦୁଷିତ ନହୁଏ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯାଇଛି । ବପ୍ପା ବିସର୍ଜନ ପାଇଁ ନଦୀ ମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି, କେତେକ ସ୍ଥାନରେ କୃତିମ ଜଳାଶ୍ରୟରେ ବାପାଙ୍କୁ ବିସର୍ଜନ କରାଯାଇଛି । ବିଭିନ୍ନ ନଦୀ ଓ ଜଳାଶୟରେ ଗଣେଷକୁ ମେଲାଣି ଦିଆଯାଉଛି । ମୁମ୍ବାଇର ପ୍ରସିଦ୍ଧ ଲାଲବାଗ ରାଜାଙ୍କଠୁ ନେଇ ବିଭିନ୍ନ ସ୍ଥାନରେ ହୋଇଥିବା ବପ୍ପାଙ୍କ ମୂର୍ତିକୁ ବିସର୍ଜନ କରିବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ନେଇ ଜନସମୁଦ୍ର ପାଲଟିଛି ମାୟନଗରୀ ମୁମ୍ବାଇ । ଘଂଟ ଶଙ୍ଖ, ଢୋଲ ବଜାର ତାଳେ ତାଳେ ବପ୍ପାଙ୍କୁ ବିଦାୟ ଦେଉଛନ୍ତି ମୁମ୍ବାଇବାସୀ ।