ଶେଷରେ ଅପରାଧ ସ୍ୱୀକାର କଲା ଅଫତାବ: କହିଲା କେଉଁଠି ଫିଙ୍ଗିଛି ଶ୍ରଦ୍ଧାର ପୋଷାକ, ହତ୍ୟାରେ ବ୍ୟବହୃତ ହତିଆର

151

କନକ ବ୍ୟୁରୋ: ମେ ୧୮ରେ ହତ୍ୟା । ନଭେମ୍ବର ୧୪ରେ ଅପରାଧୀକୁ ଧରିଲା ପୁଲିସ । ଡିସେମ୍ବର ୧ରେ ଅଭିୁଯକ୍ତର ଦୋଷ ସ୍ୱିକାର । ଦିଲ୍ଲୀର ବହୁ ଚର୍ଚ୍ଚିିତ ଶ୍ରଦ୍ଧା ୱାଲକର ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଅଫତାବ ଅମିନ ପୁନୱାଲାର ନାର୍କୋ ଟେଷ୍ଟ ସମୟରେ ସତ ସ୍ୱିକାର କରିଛି । ନାର୍କୋଟେଷ୍ଟରେ ଅଫତାବ କହିଛି ସେ କିଭଳି, କାହିଁକି ଓ କେମିତି ଶ୍ରଦ୍ଧାର ହତ୍ୟା କରିଥିଲା । ହତ୍ୟା କରିବା ପରେ କେମିତ ପ୍ରମାଣ ନଷ୍ଟ କରିଥିଲା । ହତ୍ୟାରେ ବ୍ୟବହୃତ ହତିଆର କେଉଁଠି ଓ କେମିିତ ଫିଙ୍ଗିଥିଲା । ଏହି ସବୁ ସତ ଉଗାରିଛି ଅପରାଧୀ ।

ନାର୍କୋ ଟେଷ୍ଟ ଦିଲ୍ଲୀର ଆମେମ୍ବଦକର ହସପିଟାଲରେ ସକାଳ ୧୦ ଟାରେ ଆରମ୍ଭ ହୋଇ ପ୍ରାୟ ଦୁଇ ଘଂଟା ଧରି ଚାଲିଥିଲା । ନାର୍କୋ ଟେଷ୍ଟରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ଏବଂ ଏସବୁ ରାଗରେ କରିଥିବା ସତ ମାନିଛି ଅଭିଯୁକ୍ତ ଅଫତାବ । ଅଫତାବ ପୁନୱାଲାର ନାର୍କୋ ଟେଷ୍ଟ ସମୟରେ ଆମ୍ବେଦକର ହସ୍ପିଟାଲର ଦୁଇ ପ୍ରମୁଖ ଡ଼ାକ୍ତର ଉପସ୍ଥିତ ଥିଲେ । ତେବେ ଏହି ନାର୍କୋ ଟେଷ୍ଟ ସମୟରେ ଡ଼ାକ୍ତରୀ ପରୀକ୍ଷାରୁ ଅଫତାବ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଥିଲା । ଦୁଇ ଡାକ୍ତରଙ୍କ ଉପସ୍ଥିତିରେ ଟେଷ୍ଟ କରାଯାଇଛି । ଏହା ବ୍ୟତୀତ ଫରେନ୍ସିକ ସାଇନ୍ସ ଲ୍ୟାବର ଜଣେ ମନସ୍ତତ୍ୱବିତ ଏବଂ ଫଟୋ ଏକ୍ସପର୍ଟ ମଧ୍ୟ ଥିଲେ । ଅଭିଯୁକ୍ତ ଅଫତାବ ସତ ଓଗାଳିବା ସମୟର ନାର୍କୋ ଟେଷ୍ଟର ଭିଡିଓଗ୍ରାଫି ମଧ୍ୟ ହୋଇଛି ।

କୋର୍ଟରେ ଅଫତାବକୁ ଦୋଷୀ ପ୍ରମାଣିତ କରିବା ପାଇଁ କଳେବଳେ କୌଶଳେ ଚେଷ୍ଟା କରୁଛି ପୁଲିସ । ନିକଟରେ ଅଫତାବର ମୋବାଇଲ ପୁଲିସ ହାତରେ ଲାଗିଛି । ହୁଏତ ଏଥିରୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିପାରେ ।

ମିଳିଥିବା ସୂଚନା ଅନୁସାରେ ଅଫତାର ନାର୍କୋ ଟେଷ୍ଟ ପରେ ଏବେ ତାକୁ ଅବଜରଭେସନରେ ରଖାଯିବ । ଅନ୍ୟପଟେ ନାର୍କୋ ଟେଷ୍ଟ ପରେ ଯେଉଁ ସୂଚନା ଲାଗିଛି ଏହାକୁ ଆଧାର କରି ଅଧିକରୁ ଅଧିକ ପ୍ରମାଣ ଯୋଗାଡ କରିବ ପୁଲିସ । କାରଣ କୋର୍ଟରେ ଅଭିଯୁକ୍ତକୁ ଦୋଷୀ ପ୍ରମାଣ କରିବା ପାଇଁ ଯଥେଷ୍ଟ ପ୍ରମାଣର ଆବଶ୍ୟକତା ରହିଥାଏ ।