ତାଲିବାନୀର ଆଫଗାନ କବଜା ପରେ ହାହାକାର ପରିସ୍ଥିତି : ଆମେରିକାର ସ୍ୱତନ୍ତ୍ର ବିମାନରେ କାବୁଲରୁ କତାର ଗଲେ ୬୪୦ଜଣ ଆଫଗାନ ନାଗରିକ; ଆସିଲା ବିମାନ ଭିତରର ଚିତ୍ର

692

କନକ ବ୍ୟୁରୋ : ତାଲିବାନର କାବୁଲ କବଜା ପରେ ଆଫଗାନିସ୍ତାନରେ ଲୋକଙ୍କ ଭିତରେ କୋକୁଆଭୟ ଦେଖାଦେଇଛି । ଲୋକେ ଭୟରେ ପଳାୟନ କରୁଛନ୍ତି । ଟ୍ରେନ ଭଳି ବିମାନରେ ଶହ ଶହ ଲୋକ ବସିଥିବା ଦେଖାଦେଇଛି । ଆମେରିକାର ସ୍ୱତନ୍ତ୍ର ବିମାନରେ କାବୁଲରୁ କତାର ଯାଇଛନ୍ତି ୬୪୦ ଆଫଗାନ ନାଗରିକ । ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆମେରିକା ଏୟାର ଫୋର୍ସର ସି-୧୭ ବିମାନରେ ଏହି ଆଫଗାନ ନାଗରିକ କାତାର ଯାଇଛନ୍ତି । କାବୁଲ ବିମାନବନ୍ଦରରେ ଏହି ଚିତ୍ର ସାମ୍ନାକୁ ଆସିଛି ।

ସେପଟେ, କାବୁଲରୁ ଭାରତୀୟଙ୍କୁ ନେଇ ଆସୁଛି ବିମାନ । ବାୟୁସେନାର ସି-୧୯ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟଙ୍କୁ ଅଣାଯାଉଛି । ଗତକାଲି ସଂଧ୍ୟାରେ କାବୁଲ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଉଛି । ଆଇଟିବିପି ଯବାନ ଓ ଦୂତାବାସ କର୍ମଚାରୀଙ୍କୁ ନେଇ ବାୟୁସେନାର ସ୍ୱତନ୍ତ୍ର ବିମାନ ଦିଲ୍ଲୀ ଆସୁଛି । କାବୁଲରେ ପାଖାପାଖି ୫୦୦ରୁ ଅଧିକ ଲୋକ ଫସି ହୋଇ ରହିଥିଲେ । ଏଥିରେ ଥିଲେ ୩୦୦ରୁ ୪୦୦ ଆଇଟିବିପି ଯବାନ ।