ପୁଣି ଭୂମିକମ୍ପରେ ଦୋହଲିଲା ଆଫଗାନିସ୍ତାନ, ୧୫୦ କିଲୋମିଟର ଗଭୀର ତଳେ କେନ୍ଦ୍ରସ୍ଥଳୀ

122

କନକ ବ୍ୟୁରୋ: ପୁଣି ଆଫଗାନିସ୍ତାନରେ ହୋଇଛି ଭୂମିକମ୍ପ । ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜି ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଫୈଜାବାଦର ଦକ୍ଷିଣ-ଦକ୍ଷିଣ ପୂର୍ବଠାରୁ ୯୩ କିଲୋମିଟର ଦୂର ୧୫୦ ଗଭୀରତାରେ ସୃଷ୍ଟି ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ । ଅବଶ୍ୟ ଏଥିଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ଗୁରୁବାର ଶୁକ୍ରବାର ରାତି ପାଖାପାଖି ୧୨ଟା ୩୮ ସମୟରେ ସମଗ୍ର ଆଫଗାନିସ୍ତାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । କହିରଖୁଁ, ଏହା ପୂର୍ବରୁ ଜୁନ୍ ୨୨ ତାରିଖରେ ହୋଇଥିବା ଭୂମିକମ୍ପରେ ଏଠାରେ ଭାରୀ କ୍ଷୟକ୍ଷତି ହୋଇଥିଲା । ବିଳମ୍ବିତ ରାତିରେ ହୋଇଥିବା ଏହି ଭୂମିକମ୍ପରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।