କାବୁଲ ଦଖଲ ପରେ ପ୍ରଥମ ଥର ମୁହଁ ଖୋଲିଲା ତାଲିବାନ : ମୁଖପାତ୍ର କହିଲେ, ତାଲିବାନ ଶାସନରେ ମହିଳାମାନେ ରହିବେ ସୁରକ୍ଷିତ; ପ୍ରତିଶୋଧ ନେବା ପାଇଁ ନାହିଁ ଉଦ୍ଦେଶ୍ୟ 

324

କନକ ବ୍ୟୁରୋ : ଆଫଗାନିସ୍ତାନ ଦଖଲ ପରେ ଭବିଷ୍ୟର ଯୋଜନା ସମ୍ପର୍କରେ ମୁହଁ ଖୋଲିଛି ତାଲିବାନ । ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନର ମୁଖପାତ୍ର କହିଛନ୍ତି ଯେ, ତାଲିବାନ କାହାଠାରୁ ପ୍ରତିଶୋଧ ନେବାକୁ ଚାହେଁ ନାହିଁ । ଆଫଗାନ ମାଟିକୁ ବ୍ୟବହାର କରି ଅନ୍ୟ ରାଷ୍ଟ୍ର ବିରୋଧରେ କାର୍ଯ୍ୟକଳାପ କରିବାକୁ ଦିଆଯିବ ନାହିଁ ।

ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ମତ ରଖି ପ୍ରବକ୍ତା କହିଛନ୍ତି ଯେ, ଇସଲାମ ଆଧାରରେ ମହିଳାଙ୍କ ଅଧିକାରର ସମ୍ପୂର୍ଣ୍ଣ ସୁରକ୍ଷା କରାଯିବ । ମହିଳାମାନେ ସ୍ୱାସ୍ଥ୍ୟ ଓ ଅନ୍ୟ ସେକ୍ଟର ଯେଉଁଠାରେ ସେମାନଙ୍କ ଆବଶ୍ୟକତା ଅଛି କାର୍ଯ୍ୟ କରିପାରିବେ । ମହିଳାଙ୍କ ବିରୋଧରେ କୌଣସ ଭେଦଭାବ କରାଯିବ ନାହିଁ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି  । ଏହାସହ କାବୁଲରେ ଥିବା ସବୁ ଦେଶର ଦୂତାବାସକୁ ସୁରକ୍ଷା ଦିଆଯିବ ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି  ।