ଦିଲ୍ଲୀରେ ଓଡିଆ ଫାଇଟରଙ୍କୁ ଆକ୍ରମଣ । ମୁହଁ ହାଡ ଭାଙ୍ଗିଦେଲେ ଆଫଗାନୀ ଖେଳାଳି ।

185

କନକ ବ୍ୟୁରୋ: ଦିଲ୍ଲୀରେ ଓଡିଆ ଫାଇଟରଙ୍କୁ ଆକ୍ରମଣ । ଆଫଗାନିସ୍ତାନ ଖେଳାଳି ଓ ଆଫଗାନୀ ଦର୍ଶକ ଆକ୍ରମଣ କରିଥିବା ଜଣାପଡିଛି । ଓଡିଆ ମିକ୍ସଡ୍ ମାର୍ଶାଲଆର୍ଟ ବା ଏମଏମଏ ଫାଇଟର ଶ୍ରୀକାନ୍ତ ଶେଖର ଦିଲ୍ଲୀର ସିରିଫୋର୍ଟକ୍ ମ୍ପେ୍ଲକ୍ସରେ ମାଟ୍ରିକ ଫାଇଟ୍ ନାଇଟ୍ ଦେଖୁଥିବାବେଳେ ତାଙ୍କୁ ଆଫଗାନୀ ଫାଇଟର ଅବଦୁଲ ବଦାକାସି ଆକ୍ରମଣ କରିଥିଲେ ।

ପୂର୍ବରୁ ଏହି ପ୍ରତିଯୋଗିତରେ ଭାଗ ନେଇ ନିଜ ବାଉଟ ଜିତିଥିବା ଶ୍ରାକାନ୍ତ ସେତେବେଳେ ରିଙ୍ଗ ବାହାରେ ନିଜ ସାଥୀ ଖେଳାଳିଙ୍କୁ ସମର୍ଥନ କରୁଥିଲେ । ଏହି ସମୟରେ କିଛି ଆଫଗାନି ଦର୍ଶକ ମଧ୍ୟ ତାଙ୍କ ଉପରକୁ ପାଣି ବୋତଲ ଓ କାଗଜ ଗୁଳା କରି ଫୋପାଡିଥିଲେ । ପରେ ଆକ୍ରମଣ ମଧ୍ୟ କରିଥିବା ଅଭିଯୋଗ ହୋଇଛି ।

ଆକ୍ରମଣ ଯୋଗୁଁ ଶ୍ରୀକାନ୍ତଙ୍କ ମୁହଁର ହାଡ ଭାଙ୍ଗିଯଇଥିବେଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଶ୍ରୀକାନ୍ତ ଶେଖରଙ୍କ ସାନଭାଇ ରମାକାନ୍ତ ମାଝି ଏହି ଘଟଣାରେ ସମ୍ପୃକ୍ତ ଆଫଗାନିସ୍ତାନ ଫାଇଟରଙ୍କ ବିରୋଧରେ ମାମଲା ଦାଏର କରି ଦୃଢ କାର୍ଯ୍ୟାଳନୁଷ୍ଠାନ ଦାବି କରିଛନ୍ତି ।