ରିଲିଜ୍ ହୋଇଛି ଅପକମିଙ୍ଗ୍ ଫିଲ୍ମ ‘ୟେ ଦିଲ ହୈ ମୁସକିଲ୍’ ଟାଇଟେଲ୍ ଟ୍ରାକ୍ । ଫିଲ୍ମ ମେକର କରଣ ଜୋହର ଟୁଇଟ କରି ଏହି ଭିଡିଓଟିକୁ ସେୟାର କରିଛନ୍ତି । ଏହି ରୋମାଟିଂକ୍ ଟ୍ୟୁନକୁ କମ୍ପୋଜ କରିଛନ୍ତି ପ୍ରୀତମ୍ । ଏହି ଭିଡିଓରେ ପ୍ୟାର, ଦୋସ୍ତି ଓ ବିଚ୍ଛେଦର କାହାଣୀ ସ୍ଥାନପାଇଛି । ଏହି ଫିଲ୍ମ ଜରିଆରେ ଐଶ୍ୱର୍ଯ୍ୟା ଓ ରଣବୀର ପ୍ରଥମ ଥର ପାଇଁ ଏକାସଙ୍ଗେ ନଜର ଆସିବେ ।
ତେବେ ରଣବୀର ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ନେଇ ପୂର୍ବରୁ ଏନେକ ଚର୍ଚ୍ଚା ସାଉଂଟି ସାରିଛି ଏହି ଫିଲ୍ମ । ଏଥିରେ ରଣବୀର କପୁର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅନୁଷ୍କା ଶର୍ମା ଓ ଫବାଦ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମଟି ଆସନ୍ତା ଅକ୍ଟୋବର ୨୮ରେ ଆସିବ ସିଲଭର୍ ସ୍କ୍ରିନକୁ ।
ଫିଲ୍ମର ରୋମାଂଟିକ୍ ଟ୍ରାକକୁ ଦେଖନ୍ତୁ ଏହି ଭିଡିଓରେ: -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/aish-ranbir-5.jpg)