ସିଦ୍ଧୁଙ୍କ ଆଗରେ ହାର ମାନିଲେ ମୁଖ୍ୟମନ୍ତ୍ରୀ ଚନ୍ନି: ପଂଜାବ କ୍ୟାବିନେଟରୁ ଇସ୍ତଫା ଦେଲେ ଆଡଭୋକେଟ୍ ଜେନେରାଲ ଏପିଏସ ଦେଓଲ

134

କନକ ବ୍ୟୁରୋ: ସିଦ୍ଧୁଙ୍କ ଦାବିକୁ ମାନିନେଲେ ପଞ୍ଜାବ ସରକାର । ପଂଜାବ କଂଗ୍ରେସ ଅଧ୍ୟକ୍ଷଙ୍କ ଜିଦ୍ ଆଗରେ ହାର ମାନିଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ଶେଷରେ ପଂଜାବ ଆଡଭୋକେଟ ଜେନେରାଲଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ପଂଜାବ କ୍ୟାବିନେଟ । ପଂଜାବର ଏହି ଗୁରୁତ୍ୱପୁର୍ଣ ଦାୟିତ୍ୱ ନିର୍ବାହ କରୁଥିବା ଏପିଏସ ଦେଓଲଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି । ତେବେ ତାଙ୍କର ଏହି ପଦ ଏବେ ଖାଲି ଥିବା ନେଇ କହିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ।

ବାରମ୍ବାର ପଂଜାବର ଆଡଭୋକେଟ ନିର୍ଦେଶକଙ୍କ ସ୍ଥାନ ହଟେଇବା ପାଇଁ ଦାବି କରିଆସୁଥିଲେ ସିଦ୍ଧୁ । ୨୦୧୫ ମସିହାରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ର ଗୁଳି ଚଳେଇବା ଘଟଣାରେ ସମ୍ପୃକ୍ତି ଥିବାରୁ ସିଦ୍ଧୁ ଏପିଏସ ଦେଓଲଙ୍କ ବହିଷ୍କାର ପାଇଁ ଦାବି କରୁଥିଲେ । ସେହିପରି ସିଦ୍ଧୁ ପଂଜାବ ସରକାରଙ୍କ ଆଗରେ ଦାବି ରଖିଥିଲେ ସେ, ସେବେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଫେରିବେ ଯେବେ ପଂଜାବ ଆଡଭୋକେଟ ଜେନେରାଲଙ୍କୁ ଦାୟିତ୍ୱରୁ ହଟାଯିବ । ଆଉ ତାଙ୍କର ଏହି ଦାବି ପୂରଣ ହୋଇଥିବାରୁ ନିଜ ଖୁସି ଜାହିର କରିଛନ୍ତି ସିଦ୍ଧୁ ।