ମହିଳାଙ୍କ ନାମରେ କିଣନ୍ତୁ ସମ୍ପତ୍ତି ! ଅତି ସହଜରେ ଓ ରିହାତିରେ ମିଳିବ ଗୃହ ଋଣ 

65

ମହିଳାଙ୍କୁ ଆର୍ଥିକ ରୂପରେ ମଜଭୁତ କରିବା ପାଇଁ ସରକାର ଲଗାତାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଝିଅ ଓ ମହିଳାମାନେ କିଛି କାମ କରି ଆତ୍ମନିର୍ଭରଶୀଳ ହେବାକୁ ଚାହାନ୍ତି । ସେମାନଙ୍କ ମଧ୍ୟ ଇଛା ରହିଛି କିଛି କରି ଦେଖାଇବାକୁ । ଆତ୍ମନିର୍ଭର ହୋଇପାରିଲେ ଆତ୍ମବିଶ୍ୱାସ ବଢିଥାଏ । ତେଣୁ କିପରି କିଛି ପରିଶ୍ରମ କରି ରୋଜଗାର କରିବେ, ତାହା ସମସ୍ତଙ୍କ ମନରେ ଥାଏ । କିନ୍ତୁ ଆବଶ୍ୟକ ସୁଯୋଗ ନ ମିଳିବାରୁ ଅନେକ ମହିଳା ଗାଁରେ ରହି ଘର କାମ ଛଡା ଆଉ କିଛି କରିପାରୁନାହାନ୍ତି । ତେବେ ସମ୍ପତ୍ତି ମାଲିକ ମାମଲାରେ ମହିଳାଙ୍କୁ ଅଧିକ ଅଧିକାର ମିଳେ । ଯଦି ଆପଣ କୌଣସି ମହିଳାଙ୍କ ନାମରେ ସମ୍ପତ୍ତି କିଣନ୍ତି, ତେବେ ଆପଣଙ୍କୁ କମ୍ ଟଙ୍କା ଦେବାକୁ ପଡ଼ିବ ।

ଟାକ୍ସରେ ରିହାତି : ବିଶେଷଜ୍ଞଙ୍କ କହିବା ଅନୁସାରେ ମହିଳାଙ୍କ ନାମରେ ସମ୍ପତ୍ତି କିଣିବା ଦ୍ୱାରା ଟାକ୍ସରେ ମଧ୍ୟ ରିହାତି ମିଳେ । ଏହା ବ୍ୟତୀତ କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚାହୁଁଥିଲେ ନିଜ ଘରର ମହିଳାଙ୍କ ନାମରେ ହିଁ ନିବେଶ କରିବା ଉଚିତ୍ ହେବ । ମହିଳାଙ୍କ ନାଁରେ ସମ୍ପତ୍ତି କିଣିବା ଦ୍ୱାରା ରେଜେଷ୍ଟ୍ରିରେ ରିହାତି ମିଳିବା ସହ ଷ୍ଟାମ୍ପ ଡ୍ୟୁଟିରେ ମଧ୍ୟ ୨ ପ୍ରତିଶତ ରିହାତି ମିଳେ । ଏହା ବ୍ୟତୀତ ସମ୍ମତ୍ତି ଟାକ୍ସରେ ମହିଳାଙ୍କୁ ରିହାତି ଦେବାର ପ୍ରାବଧାନ ରହିଛି । କିନ୍ତୁ ଏହି ସୁବିଧାର ଲାଭ ଉଠାଇବା ପାଇଁ ମହିଳାଙ୍କ ନାମରେ ସମ୍ପତ୍ତି ରହିବା ଦରକାର ।

ବିଗତ କିଛି ବର୍ଷରେ ମହିଳାଙ୍କ ନାମରେ ସମ୍ପତ୍ତି କିଣୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହିଳାଙ୍କ ନାମରେ ସମ୍ପତି କିଣିବାରେ ରହିଛି ନେକ ଲାଭ । ମହିଳା ଜଣଙ୍କ ସମ୍ପତ୍ତିର ମାଲିକ ଥିଲେ ଗୃହ ଋଣ ମଧ୍ୟ ଅତି ସହଜରେ ମିଳିଯାଏ । ତେବେ ଆପଣ ଗୃହଋଣ ନେବା ପାଇଁ ଚାହୁଁଥିଲେ ନିଜର ସ୍ତ୍ରୀକୁ ଆବେଦନକାରୀ କବାନ୍ତୁ । ତେବେ ଆପଣଙ୍କ ସ୍ତ୍ରୀ ଏଥିପାଇଁ ଚାକରି କରିବା ଦରକାର । ଏପରି କଲେ ଆପଣଙ୍କୁ ସହଜରେ ଓ ଅଧିକ ଗୃହ ଋଣ ମିଳିବ । ସ୍ୱାମୀ ନାମରେ ଅନେକ ସମ୍ପତ୍ତି ଥିଲେ, ସ୍ତ୍ରୀଙ୍କ ନାମରେ ସମ୍ପତ୍ତିର ରେଜେଷ୍ଟ୍ରି କରିବା ପରେ ଟାକ୍ସ ମଧ୍ୟ ତୁଳନାତ୍ମକ ଭାବେ କମ ଦେବା ପାଇଁ ପଡ଼ିବ । ସେଥିପାଇଁ ଘରର ମାଲିକାନା ମହିଳାଙ୍କ ନାମରେ ରଖିଲେ ପାରିବାରିକ ସନ୍ତୁଳନ ବଢ଼େ ।