ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଆଡଭାନ୍ସ। ୨ ଲକ୍ଷରୁ ନେଇ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ସୁଧ ମୁକ୍ତ ଅଗ୍ରୀମ।

836

କନକ ବ୍ୟୁରୋ: ୩ଦିନ ଧରି ଚାଲିଥିବା ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ତେବେ ଏହି ଖବରକୁ ଯିବା ପୂର୍ବରୁ ନଜର ପକାଇନେବା ଏକ ତାଜା ଖବର ଉପରେ । ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ । ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ତେବେ ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଏନେଇ ଆବେଦନ କରିପାରିବେ ସରକାର କର୍ମଚାରୀ ।

ଗ୍ରୁପ ‘ଏ’ ଓ ଗ୍ରୁପ୍ ‘ବି’ କର୍ମଚାରୀ, ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଗାଡ଼ି ଦାମ୍ର ୭୫ ପ୍ରତିଶତ ଆଡଭାନ୍ସ ନେଇପାରିବେ । ତେବେ ଏହା ୧୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ । ସେହିପରି ଗ୍ରୁପ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀ, ଦୁଇଚକିଆ ଗାଡ଼ି କିଣିବାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ । ତେବେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ମଧ୍ୟରୁ ଗୋଟିଏ ପାଇଁ ଆଡଭାନ୍ସ ନେଇପାରିବେ କର୍ମଚାରୀ । ଆଗ୍ରୀମ ଆକାରରେ ନେଇଥିବା ରାଶିକୁ ୧୦୦ କିସ୍ତିରେ ପରିଶୋଧ କରିବାକୁ ହେବ । କେହି ଚାହିଁଲେ ଆଗୁଆ ମଧ୍ୟ ପରିଶୋଧ କରିପାରିବେ । ଏଥିପାଇଁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ତେବେ ଅଗ୍ରୀମ ପାଇବାର ୩ ମାସ ମଧ୍ୟରେ ଗାଡ଼ି ରେଜିଷ୍ଟେସନ୍ ସାର୍ଟିଫିକେଟ୍, ଇନସୁରାନ୍ସ, ଗାଡ଼ି କିଣିବା ଇନଭଏସ୍ କର୍ତୃପକ୍ଷକୁ ଦେବାକୁ ପଡିବ ।