ବୋନସ ମାର୍କ ଯୋଗୁଁ ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ନାମ ଲେଖାକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ !

21

ବୋନସ୍ ମାର୍କକୁ ନେଇ ଆଇଆଇଟି,ଏନଆଇଟି ଓ ଅନ୍ୟ କଲେଜଗୁଡ଼ିକରେ ଇଞ୍ଜିନିୟରିଂ ବିଷୟରେ ନାମ ଲେଖା ଓ କାଉନେଲେସଲିଂକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିନା ବୋନସ ମାର୍କରେ ସଫଳ ଛାତ୍ରଙ୍କ ସୂଚିରେ ସଂଶୋଧନ କରିବା ପାଇଁ ଦୁଇ ଛାତ୍ର ଅଭିଯୋଗ କରିଥିବାରୁ ସୁପ୍ରିମକୋର୍ଟ ଏପରି ନିଷ୍ପତି ନେଇଥିବା ଜଣାପଡ଼ିଛି । ସମସ୍ୟାର ସମାଧାନ ହେବା ପରେ ଜାତୀୟ ସ୍ତରର ଏହି ଶିକ୍ଷାନୁଷ୍ଠାନ ମାନଙ୍କରେ ନାମ ଲେଖାଯାଇ ପାରିବ । ସୁପ୍ରିମକୋର୍ଟ କହିଛନ୍ତି ଭୁଲ ପ୍ରଶ୍ନରେ ପିଲାମାନଙ୍କୁ ବୋନସ୍ ମାର୍କ ଦିଆଯାଇଥିଲା ।

ଯଦି ବୋନସ୍ ମାର୍କ ଯୋଗୁୁଁ କିଛି ଅସୁବିଧା ହେଉଛି ତେବେ ଏହାକୁ ଅତିଶୀଘ୍ର ବିଚାରକୁ ନିଆଯିବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ୩୩,୦୦୦ ଛାତ୍ରଛାତ୍ରୀଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । ବୋନସ ମାର୍କ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ପରେ ନାମ ଲେଖା ଯାଇ ପାରିବ । ସୁପ୍ରିମ କୋର୍ଟ କହିବା ଅନୁସାରେ ବୋନସ ମାର୍କ ଦିଆଯିବା ଦ୍ୱାରା ସମସ୍ୟା ସୃଷ୍ଟି ହେଉଛି । ଅନ୍ୟ ପକ୍ଷରେ ଆଇଆଇଟି କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ପ୍ରଶ୍ନପତ୍ର ଆଉ ଥରେ ମୂଲ୍ୟାଙ୍କନ କରିବା ସହଜ ନୁହେଁ । ୨.୫ଲକ୍ଷ ଛାତ୍ରଛାତ୍ରୀଙ୍କୁ ବୋନସ ମାର୍କ ଦିଆଯାଇଛି । ଏ ସମ୍ପର୍କରେ ସୁପ୍ରିମକୋର୍ଟ ଆସନ୍ତା ସୋମବାର ଶୁଣାଣି କରିବେ ।