ଘୋଡ଼ା ପିଠିରେ ସ୍ୱାଭିମାନ ଅଂଚଳର ପ୍ରଶାସନିକ ଅଧିକାରୀ : ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

 ପାହାଡିଆ ଅଂଚଳରେ ବୁଲି ଦେଖିବା ପରେ କର୍ମଚାରୀଙ୍କ ସହ କଲେ ଆଲୋଚନା

105

କନକ ବ୍ୟୁରୋ : ଘୋଡ଼ା ପିଠିରେ ବସି ସ୍ୱାଭିମାନ ଅଂଚଳ ବୁଲିଲେ ପ୍ରଶାସନିକ ଅଧିକାରୀ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପଂଚାୟତରାଜ ଉପ ସଚିବ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକକୁ ପ୍ରଶାସନିକ ସେବା ପଂଚାୟତର ଉପସଚିବ ଶ୍ରୀ ତ୍ରିଲୋଚନ ମହାନ୍ତି ଗସ୍ତ କରିଥିଲେ । ତାଙ୍କ ସହ ମାଲକାନଗିରି ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଚିତ୍ରକୋଣ୍ଡା ବିଡ଼ିଓ ରାହୁଲ ମଣ୍ଡଳଙ୍କ ସମେତ ବହୁ ଅଧିକାରୀ ଗସ୍ତ କରିଥିଲେ । ଏହା ସହ ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଫାର୍ମରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ । ବଡ଼ପଡ଼ା ଅଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହିତ କର୍ମଚାରୀଙ୍କ ସହ କଲେ ଆଲୋଚନା କରିଥିଲେ ।