କନକ ବ୍ୟୁରୋ : ସେଲ୍ଫି ନେଲା ଆଦିତ୍ୟ-ଏଲ୧ । ସୂର୍ଯ୍ୟ ମିଶନରେ ଥିବା ସାଟେଲାଇଟ୍ ଆଦିତ୍ୟ-ଏଲ୧ ପୃଥିବୀ ଏବଂ ଚନ୍ଦ୍ର ସହ ସେଲ୍ଫି ଉଠାଇଛି । ଆଦିତ୍ୟ-ଏଲ୧ରେ ଖଞ୍ଜା ଯାଇଥିବା କ୍ୟାମେରା ଏହି ସେଲ୍ଫି ନେଇଛି । ଯାହାକୁ ଟୁଇଟରେ ସେୟାର କରିଛି ଇସ୍ରୋ । ଫଟୋରେ ଉଭୟ ପୃଥୀବି ଏବଂ ଚନ୍ଦ୍ର ଦୃଶ୍ୟମାନ ହୋଇଛନ୍ତି । କିନ୍ତୁ ଫଟୋରେ ଚନ୍ଦ୍ର ତୁଳନାରେ ପୃଥୀବି ବହୁତ ବଡ଼ ଦେଖାଯାଉଛି । ଫଟୋରେ ସାଟେଲାଇଟ୍ ଆଦିତ୍ୟ ଏଲ-୧ର କିଛି ଅଂଶ ମଧ୍ୟ ଦୃଶ୍ୟମାନ ହୋଇଛି । ଆଦିତ୍ୟ ଏଲ୧ ପକ୍ଷରୁ ଏହି ଫଟୋ ସେପ୍ଟେମ୍ବର ୪ ତାରିଖରେ ଉଠାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଭାରତର ପ୍ରଥମ ସୂର୍ଯ୍ୟ ମିଶନରେ ଥିବା ଏହି ସାଟେଲାଇଟ୍ ପୃଥୀବି ଚାରିପଟେ ଦୁଇ ଥର ଭ୍ରମଣ କରିସାରିଛି । ୪ ମାସ ପରେ ଏହା ଲକ୍ଷ୍ୟ ପଥ ଏଲ୧ ପଏଂଟ ବା ହଲୋ ଅରବିଟରେ ପହଂଚିବ ।