କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୍-୧' ପାଇଁ ଆରମ୍ଭ ହୋଇଛି କାଉଂଟ ଡାଉନ । ଇସ୍ରୋର ଏହି ମହତ୍ୱକାଂକ୍ଷୀ ମିଶନକୁ ସେପ୍ଟେମ୍ବର ୨ ତାରିଖରେ ପିଏସଏଲଭି ସି-୫୭ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ । ଶନିବାର ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି ଆଦିତ୍ୟ ଏଲୱାନକୁ ଲଂଚ କରିବାକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରରକେଟ ଓ ସାଟେଲାଇଟ ମଧ୍ୟ ପ୍ରସ୍ତୁତ । ରିହଲର୍ସଲ ସଫଳତାପୂର୍ବକ ସରିଛି । କାଉଁଟଡାଉନ ଆରମ୍ ହୋଇଛି ।

Advertisment

ସେପଟେ ମିସନର ସଫଳତା ନେଇ ଆଜି ମନ୍ଦିର ଯାଇ ଆର୍ଶୀର୍ବାଦ ନେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । ଆନ୍ଧ୍ରପ୍ରଦେଶ ସୁଲ୍ଲୁରପେଟ୍ଟା ସ୍ଥିତ ଚେଙ୍ଗଲମ୍ମା ପ୍ରାଣେଶ୍ୱରୀ ମନ୍ଦିରକୁ ଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଆଶିର୍ବାଦ ନେଇଛନ୍ତି । ଏହି ସମୟରେ ପ୍ରତିକ୍ରିୟା ରଖି ଇସ୍ରୋ ମୁଖ୍ୟ କହିଛନ୍ତି ସୂର୍ଯ୍ୟ ମିସନ ପୂର୍ବରୁ ସେ ମନ୍ଦିର ଦର୍ଶନ କରି ପ୍ରାର୍ଥନା କରିଛନ୍ତି । ସେହିପରି ଇସ୍ରୋ ବୈଜ୍ଞାନକିଙ୍କ ଟିମ ତିରୁପତି ମନ୍ଦିର ଯାଇ ଭେଙ୍କଟଶ୍ୱରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି ।

ଆଦିତ୍ୟ-ଏଲ ୱାନ୍କୁ ପିଏସଏଲଭି ସି-୫୭ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ । ଉତଷେପଣର ଠିକ୍ ୧୨୫ ଦିନ ପରେ ଏହା ଏହାର ବିନ୍ଦୁ ଏଲ୍-୧ରେ ପହଂଚିବ । ଏହି ସ୍ଥାନରେ ପହଂଚିବା ପରେ ଆଦିତ୍ୟ-ଏଲ-୧ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇବା ଆରମ୍ଭ କରିବ ।

ସୂର୍ଯ୍ୟ ଅଭିମୁଖେ ଯିବ ‘ଆଦିତ୍ୟ ଏଲ-୧’ସାଟେଲାଇଟ୍
- ଦିନ ୧୧ଟା ୫୦ରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧ ସାଟେଲାଇଟ୍
- ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଂଟରରୁ ହେବ ଉତ୍କ୍ଷେପଣ
- ଆଦିତ୍ୟ ଏଲ-୧ ସାଟେଲାଇଟକୁ ନେଇ ଯିବ ପିଏସଏଲଭି ସି-୫୭ ରକେଟ୍
- ପ୍ରଥମେ ପୃଥିବୀର କକ୍ଷପଥରେ ଆଦିତ୍ୟ ଏଲ-୧କୁ ଛାଡିବ ପିଏସଏଲଭି ସି-୫୭
- ୩ରୁ ୪ଥର ପୃଥିବୀକୁ ପ୍ରଦକ୍ଷିଣ କରିବା ପରେ ମାଧ୍ୟାକର୍ଷଣ କ୍ଷେତ୍ର ବାହାରକୁ ଯିବ
- ସର୍ଫେସ ଅଫ ଇନଫ୍ଲୁଏନ୍ସ ବା ଏସଓଆଇ ବାହାରକୁ ଯିବ ଆଦିତ୍ୟ
- କ୍ରୁଜ୍ ଫେଜ୍ ପରେ ହାଲୋ ଅର୍ବିଟ୍କୁ ଯିବ ଆଦିତ୍ୟ ଏଲ-୧ ସାଟେଲାଇଟ୍
- ଅର୍ଥାତ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ସ୍ଥିରିକୃତ ଲାଗରେଞ୍ଜ ପଏଂଟ-୧କୁ ଯିବ
- ନିର୍ଦ୍ଧାରିତ ସ୍ଥାନରେ ଆଦିତ୍ୟ ଏଲ-୧କୁ ପହଂଚିବା ପାଇଁ ଲାଗିବ ୧୨୫ ଦିନ

ସୂର୍ଯ୍ୟର ରହସ୍ୟ ଭେଦ କରିବାକୁ ପ୍ରାଚୀନ କାଳରୁ ଭାରତ ପ୍ରୟାସ କରୁଛି । ତେବେ ଇସ୍ରୋ ପ୍ରଥମଥର ମିଶନ ସୂର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । କିଛି ବିକଶିତ ଦେଶ ସୂର୍ଯ୍ୟ ନିକଟକୁ ଅଧିକ ଗବେଷଣା ପାଇଁ ମହାକାଶଯାନ ପଠାଇସାରିଥିବାବେଳେ ଏବେ ପାଳି ଭାରତର । ଶନିବାର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଲଂଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯିବ ।