ଭିଜିଲାନ୍ସ ଜାଲରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ। ଉମେଶ ଚନ୍ଦ୍ର ଜେନାଙ୍କ ବିଭିନ୍ନ ଠିକଣାରେ ରେଡ୍।

104

କନକ ବ୍ୟୁରୋ: ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱର, କେନ୍ଦୁଝର ଏବଂ ଯୋଡାରେ ଉମେଶଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ରେଡ୍ କରିଛି । ଉମେଶଙ୍କ ଭୁବନେଶ୍ୱର ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରି ବିଭିନ୍ନ କାଗଜପତ୍ର ଜବତ କରିବା ସହିତ ମାପଚୁପ କରିଥିବା ଦେଖିବାକୁ ମିଳିଛି । ଏଥିସହ ଘର ଭିତରେ ଥିବା ବିଭିନ୍ନ ସାମଗ୍ରୀର ମୂଲ୍ୟ ଆକଳନ କରିଛି । କେନ୍ଦୁଝରରେ ଯୋଡାରେ ଥିବା ଏକ ବଜାଜ ସୋରୁମରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି । ଏହି ସୋରମୁରେ ଉମେଶ ପୁଞ୍ଜି ନିବେଶ କରିଥିବା ସୂଚନା ମିଳିଛି । ସେହିପରି କେନ୍ଦୁଝରର ଏକ ବଡ ହୋଟେଲରେ ମଧ୍ୟ ଉମେଶ ପୁଞ୍ଜିନିବେଶ କରିଥିବା ଜଣାପଡିଛି । କେନ୍ଦୁଝର ସିରିସପାଲିରେ ଥିବା ଉମେଶଙ୍କ ପୈତୃକ ଘର, ଘଷିପୁରାର ଗହ୍ମାରିଆରୁ ନେଇ ଜିଳ୍ଲାର ଅନ୍ୟ ୫ଟି ସ୍ଥାନରେ ଏହି ଚଢାଉ ହୋଇଛି । ଚଢାଉ ସମୟରେ ବହୁ ମୂଲ୍ୟବାନ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ । ମୋଟ୍ ଉପରେ କେନ୍ଦୁଝରର ୭ଟି ସ୍ଥାନରେ ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ୧୦ଜଣ ଡିଏସପି, ୭ ଇନସପେକ୍ଟର ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଏକକାଳୀନ ଚଢାଉ କରାଯାଇଛି ।

ଭବାନୀପାଟଣା କେବିକେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘର ଓ ଅଫିସ । କନ୍ଦର୍ପଙ୍କ ଭୁବନେଶ୍ୱର ସମେତ ଭବାନୀପାଟଣାରେ ଥିବା ସରକାରୀ କ୍ୱାର୍ଟର ଓ କାର୍ଯ୍ୟାଳୟରେ ୮ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ଅନୁଗୁଳ, ଖୋର୍ଦ୍ଧାରୁ ନେଇ ଭୁବନେଶ୍ୱରର ରସୁଲଗଡ ଅଞ୍ଚଳରେ ଏହି ଚଢାଉ ହୋଇଛି । ୪ ଜଣ ଡିଏସ୍ପି, ୧୦ଜଣ ଇନସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଏହି ରେଡ୍ କରିଛି ।