ଅଭିନେତ୍ରୀ ବାଣୀ କପୁରଙ୍କ ସାହାସକୁ ମାନିବାକୁ ପଡିବ, ସେ ଏବେ ଏମିତି ଏକ ଖୁଲାସା କରିଛନ୍ତି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । ବାଣୀଙ୍କ କହିବା ଅନୁସାରେ ତାଙ୍କର ଆଉ କିସ୍ ସଟ ଦେବାକୁ ଭୟ ନାହିଁ ।
କିସ୍ ସଟ ଦେବାକୁ ତାଙ୍କ ମନରେ ଯୋଉ ଭୟଥିଲା ତାହା "ବେଫିକ୍ରେ' ଚଳଚ୍ଚିତ୍ରର ସୁଟିଂ ବେଳେ ସବୁ ଦୂର ହୋଇଯାଇଛି । "ବେଫିକ୍ରେ'ର ସୁଟିଂ ସମୟରେ ତାଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା କିନ୍ତୁ ଏହାକୁ ତାଙ୍କର କୋ-ଆର୍ଟିଷ୍ଟ ରଣବୀର କପୁର ଦୂର କରିଦେବା ସହ ତାଙ୍କୁ କିସ୍ କରିବାର କାଏଦା ମଧ୍ୟ ବୁଝାଇଦେଇଥିଲେ।
ନିକଟରେ ବାଣୀ ଏକ ଅନଟାଇଟଲ୍ଡ ସିନେମା ସାଇନ କରିଛନ୍ତି, ଯେଉଁଥିରେ ୩ରୁ ୪ଟି ଲିପ୍ କିସର ଦୃଶ୍ୟ ମଧ୍ୟ ରହିଛି । ଏହି ସିନେମାକୁ କରିବା ପାଇଁ କୁଆଡେ ବାଣୀଙ୍କୁ ସିନେମାର ପ୍ରଯୋଜକ ମୋଟା ଅଙ୍କର ପଇସା ମଧ୍ୟ ଦେଇଥିବାର ଚର୍ଚ୍ଚା ହେଉଛି, କିନ୍ତୁ ଏହାକୁ ବାଣୀ ଖଣ୍ଡନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vaani-kapoor-to-be-cast-as-the-female-lead-in-aditya-chopra-s-befikre-1.jpg)