ମିଷ୍ଟର ଏର୍ନଜେଟିକ୍ ରଣବୀର ସିଂଙ୍କ ଆଉ ଏକ ଭିଡିଓ ହୋଇଛି ଭାଇରାଲ । ନିଜ ମଜାଦାର ଅନ୍ଦାଜରେ ଦର୍ଶକଙ୍କୁ ଖୁସି କରାଇବାର କୈାଣସି ମୈାକା ଛାଡନ୍ତିନି ରଣବୀର । ନିକଟରେ “ଡର’’ ଚଳଚ୍ଚିତ୍ରରେ ଶାହାରୁଖଙ୍କ ଭୂମିକାରେ ନିଜକୁ ରଖି “ଡର’’ ମୁଭିର ଏକ ଗୀତରେ ନୃତ୍ୟ ପରିବେଷଣ କରି ସୋସିଆଲ ମିଡିଆରେ ଏକ ଦମଦାର ଭିଡିଓ ଅପଲୋଡ କରିଥିଲେ ରଣବୀର । ଏବେ ପୁଣିଥରେ ଟୁଇଟର ଓ ଇନଷ୍ଟାଗ୍ରାମରେ ରଣବୀରଙ୍କର ଏକ ଭିଡିଓ ଭାଇରାଲ ହେବାପରେ ସେ ଆସିଛନ୍ତି ଚର୍ଚ୍ଚାକୁ । ରଣବୀରଙ୍କର ଭାଇରାଲ ହୋଇଥିବା ଭିଡିଓରେ ସେ ଅମୀରଖାନଙ୍କର ଲୁକରେ ଆସିଛନ୍ତି । ସୁପରହିଟ ଚଳଚ୍ଚିତ୍ର “ରାଜା ହିନ୍ଦୁସ୍ଥାନୀ ’’ ର ଅଲଟାଇମ୍ ହିଟ୍ସ ଗୀତ ପରଦେଶୀ ପରଦେଶି ଜାନା ନେହିଁ କୁ ବେସୁରା ଗାଉଥିବାର ଭିଡିଓ କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମିଷ୍ଟର ଏର୍ନଜେଟିକଙ୍କର ଏହି ଭିଡିଓ ଏବେ ବେଶ ଲୋକପ୍ରିୟ ହୋଇଛି ।
ମିଷ୍ଟର ଏର୍ନଜେଟିକ୍ ରଣବୀର ସିଂଙ୍କ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା
/kanak/media/post_attachments/wp-content/uploads/2016/08/949798ba-6ce0-11e6-b6e3-b5d14dbfea3b.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)