ଆସୁଛନ୍ତି ବିଜୟ ମହାନ୍ତି: ଆମ୍ବୁଲାନ୍ସ ଯୋଗେ ଡାକ୍ତରୀ ଦଳ ସହ ହାଇଦ୍ରାବାଦରୁ ଫେରୁଛନ୍ତି ଭୁବନେଶ୍ୱର; ସ୍ୱାସ୍ଥ୍ୟବସ୍ଥା ସ୍ଥିର, ଖାଇବା ସହ କରୁଛନ୍ତି କଥାବାର୍ତ୍ତା

ରାଜଧାନୀରେ ଯୋଗାଇଦିଆଯିବ ଚିକିତ୍ସା ସହାୟତା

202

କନକ ବ୍ୟୁରୋ: ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଜି ହାଇଦ୍ରାବାଦରୁ ଆଂବୁଲାନ୍ସ ଯୋଗେ ଆସି ପହଁଚିବେ ଭୁବନେଶ୍ୱରରେ । ରାଜଧାନୀରେ ପହଁଚିବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ରଖି ଚିକିତ୍ସା କରାଯିବ । ଗୁରୁତର ଅବସ୍ଥାରେ ପ୍ରାୟ ୧୫ ଦିନ ଧରି ଏହି ବରିଷ୍ଠ କଳାକାର ହାଇଦ୍ରାବାଦରେ ଡାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।

ବିଜୟ ମହାନ୍ତିଙ୍କ ଫେରିବା ନେଇ ଏକ ସହଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଅଭିନେତା ଅଖିଳ ପଟ୍ଟନାୟକ । ବିଜୟ ମହାନ୍ତିଙ୍କୁ ନେଇ ଆସୁଥିବା ଆଂବୁଲାନ୍ସରେ ଡାକ୍ତର , ନର୍ସ ଏବଂ ଆଇସିୟୁ ବ୍ୟବସ୍ଥା ରହିଛି । ତାଙ୍କ ପରିବାର ମଧ୍ୟ ଏହି ଆଂବୁଲାନ୍ସରେ ଆସୁଛନ୍ତି । ବିଜୟ ମହାନ୍ତି ଓଡିଶା ଫେରିବାକୁ ଚାହୁଁଥିବା ନେଇ ଏକ ଭିଡିଓ ଗତକାଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।