ଢିଙ୍କିଆ ବିବାଦ : ପ୍ରଶ୍ନ ଉଠାଇଲେ ପରିବେଶବିତ; କହିଲେ ଜେଏସଡବ୍ଲୁ ପ୍ରକଳ୍ପ ହେଲେ ଆଖପାଖ ଅଂଚଳରେ ସାଂଘାତିକ ହେବ ପରିବେଶ ପ୍ରଦୂଷଣ

62

କନକ ବ୍ୟୁରୋ : ଢିଙ୍କିଆକୁ ନେଇ ବିବାଦ ଜାରି ରହିଥିବା ବେଳେ ପ୍ରଶ୍ନ ଉଠାଇଲେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ । କହିଲେ, ଢିଙ୍କିଆରେ ଜେଏସଡବ୍ଲୁ ପ୍ରକଳ୍ପ ହେଲେ ପାରାଦୀପ ସମେତ ଆଖାପାଖ ଅଂଚଳରେ ସାଂଘାତିକ ହେବ ପରିବେଶ ପ୍ରଦୂଷଣ । ଏହା ଦ୍ୱାରା ବର୍ଷକୁ ବହୁ ସଂଖ୍ୟାରେ ଲୋକ ଆଜମାରେ ଆକ୍ରାନ୍ତ ହେବା ସହ ଅକାଳରେ ମୃତ୍ୟୁ ଘଟିବାର ଆଶଙ୍କା ରହିଛି । ଦିଲ୍ଲୀର ଏକ ସଂସ୍ଥା “କ୍ରିୟା’ ଦ୍ୱାରା କରାଯାଇଥିବା ଆକଳନ ରିପୋର୍ଟକୁ ଆଧାର କରି ସେ ଏଭଳି ଆଶଙ୍କା କରିଛନ୍ତି । ଜେଏସଡବ୍ଲୁକୁ ପରିବେଶ ମଂଜୁରୀ ନଦେବାକୁ ସେ ପରିବେଶ କମିଟି ନିକଟରେ ଦାବି କରିଛନ୍ତି । ଶୁକ୍ରବାର ପରିବେଶ ଅନୁମୋଦନ କମିଟିର ବୈଠକ ବସୁଛି ।