ପ୍ରାୟ ଗୋଟିଏ ବର୍ଷ ପରେ ପୁଣି ଉପରମୁହାଁ କରୋନା ମିଟର :  ଗତ ୨୪ ଘଂଟାରେ ଚଳିତ ବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ଼

 ଚିହ୍ନଟ ହେଲେ ୨୪ ହଜାର ୮୮୨ ଆକ୍ରାନ୍ତ; ଗୋଟିଏ ଦିନରେ ୧୪୦ ଆକ୍ରାନ୍ତଙ୍କ ମୃତ୍ୟୁ

249

କନକ ବ୍ୟୁରୋ : ପ୍ରାୟ ଗୋଟିଏ ବର୍ଷ ପରେ ଦେଶରେ ପୁଣି ଉପର ମୁହାଁ ହୋଇଛି କରୋନା ମିଟର । ଗତ କିଛିଦିନ ହେଲା ଲଗାତର ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଚଳିତବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ସାରା ଦେଶରେ ଗୋଟିଏ ଦିନରେ ୨୪ ହଜାର ୮୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୮୩ ଦିନରେ ଏହା ସର୍ବାଧିକ । ଗତବର୍ଷ ଡିସେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ୨୬ ହଜାର ୬୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗୋଟିଏ ଦିନରେ ୧୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ସାରା ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ମୋଟ୍ ୨ ଲକ୍ଷ ୨ ହଜାର ୨୨ଟି ସକ୍ରିୟ ମାମଲା ସାରାଦେଶରେ ରହିଛି ।